Odiapua.com

ଶିବନାରାୟଣପୁରରେ ସରସ୍ୱତୀ ପୂଜା

ହାଟଡିହି, ୧୬ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମରେ ସରସ୍ୱତୀ ପୂଜା କମିଟି ପକ୍ଷରୁ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦନ ପଣ୍ଡାଙ୍କ ଦ୍ୱାରା ମାଙ୍କର ସମସ୍ତ ରୀତିନୀତି ମତେ ପୂଜାକାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିବାବେଳେ ପ୍ରଦୀପ ପରିଡା, କିରଣ ଦାସ, କହ୍ନେଇ ବେହେରା, ବାବୁଲି ଦାସ, ଚକ୍ରଧର ଘଡେଇ, ରମ୍ୟ ରଞ୍ଜନ ପରିଡା, ଜଗବନ୍ଧୁ ବେହେରା, ଆଶିଷ ଡଙ୍କ, ଅର୍ଜୁନ ଖଣ୍ଡା, ବୀର ମହାନ୍ତି, ନିରାକାର ବେହେରା ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।