Odiapua.com

ଶିବନାରାୟଣପୁରରେ ମା ତାରିଣୀଙ୍କ ବାର୍ଷିକ ଉତ୍ସବ

ହାଟଡିହି-୨୩ / ୩ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ଇଷ୍ଟଦେବୀ ମା ତାରିଣୀଙ୍କ ୨୩ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି । ମାଙ୍କର ଷୋଡଶ ଉପଚାର ପୂଜା ସହିତ ହିନ୍ଦୁଧର୍ମର ୩୩କୋଟି ଦେବାଦେବୀଙ୍କୁ ସ୍ମରଣପୁର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପୂଜାତ୍ସୋବରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିବାବେଳେ ଅନନ୍ତ ଦେହୁରୀ, ଟୁନା ନାହାକ, ଶରତ ନାହାକ, ପୁରିଆ ମିଶ୍ର ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ ।