ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତାପ ଜେନାଙ୍କ ଇସ୍ତଫା ସହିତ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି ଯୋଗୁ ରାଜ୍ୟ ସରକାରଙ୍କୁ ବରଖାସ୍ତ କରିବା ଦାବି ନେଇ ଆଜି ଧାମନଗର ଭାରତୀୟ ଜନତାପାର୍ଟି ପକ୍ଷରୁ ବ୍ଲକ ଘେରାଉ ଓ ପ୍ରତିବାଦ ସଭା କରିଛି । ପ୍ରଥମେ ଧାମନଗର ଜଳସେଚନ ଡ଼ାକବଙ୍ଗଳା ଠାରୁ ଶତାଧିକ ବିଜେପି କର୍ମୀ ମାନେ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଧାମନଗର ବ୍ଲକ କାଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା ମଧ୍ୟ କରାଯାଇଥିଲା । ଏଥିରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ ଯୋଗଦେଇ ରାଜ୍ୟ ସରକାରକୁ କଟୁ ସମାଲୋଚନା କରିବା ସହିତ ବିଜେଡ଼ି ସରକାର ସମୟରେ ମା’ ମାନେ ଅସୁରକ୍ଷିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ବରିଷ୍ଠ ବିଜେପି ନେତା ଅଶୋକ କୁମାର ପୁହାଣ, ଜିଲ୍ଲା ଉପସଭାପତି ଚତୁର୍ଭୁଜ ନାୟକ, ଜିଲ୍ଳାପରିଷଦ ସଭ୍ୟ ମନୋରଂଜନ ମଲ୍ଲିକ, ସୁରଥ ସେଠୀ, ରଂଜିତା ସ୍ୱାଇଁ, ଉମାମଣୀ ସାହୁ, ମଣ୍ଡଳସଭାପତି ଦୀପ୍ତିରଂଜନ ଜେନା, ଅରବିନ୍ଦ ପତି, କୈଳାଶ ମହାପାତ୍ର, ରାମଚନ୍ଦ୍ର ମିଶ୍ର, ଅଜୟ ବଳ, ଜିଲ୍ଳା ମିଡ଼ିଆସେଲ୍ ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ, ଓବିସି ଜିଲ୍ଳା ସଭାପତି ବିରେନ୍ଦ୍ର ଜେନା, ପୂର୍ବତନ ସମିତିସଭ୍ୟ ଶ୍ରୀକାନ୍ତ ନାୟକ, ସରପଂଚ ରାଜେନ୍ଦ୍ର ସାହୁ, ଅନିରୁଦ୍ଧ ସାହୁ, ରାଜୀବ ନାୟକ, ପ୍ରମୋଦ ସୁତାର, ପ୍ରଫୁଲ ପାତ୍ର, ସନ୍ତୋଷ ଦାସ, ଗୋଲାମ ଜିଲାନି ହବିବି, ରାଜେଶ ବେହେରା, ନାରିନେତ୍ରୀ ସ୍ୱାଗତିକା ସାହୁ, ପୁଷ୍ପାଞ୍ଜଳି ବେହେରା, ରଣଜିତ୍ ମହାନ୍ତି, ଅମର ବେହେରା, ରଂଜନ ମହାନ୍ତି, ଶ୍ରୀଧର ବେହେରା, ଶକ୍ତିଦତ ଦାଶ, ରଣଜିତ୍ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୁଧରେ ବିଷୋଦଗାର କରିବା ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଷପୁତଳିକା ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରକାଶ କରାଯାଇଥିଲା ।