Odiapua.com

ଶିକ୍ଷୟତ୍ରୀ ତପସ୍ୱିନୀ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମହୁରା ଉଚ୍ଚବିଦ୍ୟାଳୟ ପରିସରରେ ଶିକ୍ଷୟତ୍ରୀ ତପସ୍ୱିନୀ ଜେନାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଆଜି ପ୍ରଦାନ କରାଯାଇଛି। ପ୍ରକୃତିବନ୍ଧୁ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏବିଇଓ ଉମେଶ ଚନ୍ଦ୍ର ଜେନା ମୁଖ୍ୟଅତିଥି, ଶିକ୍ଷା ସଂଯୋଜକ ରଞ୍ଜନ କୁମାର ମହାନ୍ତି ପ୍ରାକ୍ତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଜେନାଙ୍କ ବହୁମୁଖି ଆଦର୍ଶ ଗୁଣାବଳୀ, କର୍ତ୍ତବ୍ୟପରାୟଣତା ଆଦି ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ଅବସରକାଳୀନ ନିରାମୟ ଜୀବନ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରସନ୍ନ ମହାକୁଳ, ସୌମ୍ୟରଞ୍ଜନ ମଲ୍ଲିକ, ପବିତ୍ର ଦାସ, ଅଭିମନ୍ୟୁ ବେହେରା, ପୁଷ୍ପାଞ୍ଜଳୀ ପାଢୀ, ସବିତା ବେହେରା ପ୍ରମୁଖ ବିଦାୟୀ ଶିକ୍ଷୟତ୍ରୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶ୍ରୀମତୀ ଜେନାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ଆର୍ଟଗ୍ୟାଲେରିକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ। ଛାତ୍ରୀ ଅର୍ଚ୍ଚିତା, ମୋନାଲିସା, ଚିନ୍ମୟୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ମଞ୍ଜଷ୍ଠା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।