Odiapua.com

ଶିକ୍ଷା ସୁରଭି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ରାଜ୍ୟସ୍ତରୀୟ କର୍ମଶାଳା

କଟକ, ୨୪/୧୨ (ଓଡ଼ିଆ ପୁଅ/ ଅଭୟ ଜେନା) ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଆଇ.ଆଇ.ଇ.ସି. ଦ୍ବାରା ଶିକ୍ଷା ସୁରଭି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।

ଆଇ.ଆଇ.ଇ.ସି. ଦ୍ବାରା ଉନ୍ନୀତ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ସୁରଭି ବିଗତ ଛଅ ମାସ ଧରି ଓଡ଼ିଶାର ପ୍ରାୟ ଦୁଇ ଲକ୍ଷ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କ ପାଇଁ ପାଠ୍ୟ ଖସଡ଼ା ଓ ଜୀବନ କୌଶଳ ଶିକ୍ଷା ସମ୍ପର୍କରେ ୧୦୯ ଟି ରେଡ଼ିଓ କାର୍ଯ୍ୟକ୍ରମ ପ୍ରସାରଣ କରି ପାରିଛି।

ଏହା ବ୍ୟତୀତ ରାଜ୍ୟ ଶିକ୍ଷା ପ୍ରାଧିକରଣ (ଓସେପା) ସହଯୋଗ ଓ ସହାୟତାରେ ଓଡ଼ିଶାର ୩୧୪ ଟି ବ୍ଲକ ଅଞ୍ଚଳରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଜରିଆରେ ବିଦ୍ୟାର୍ଥୀମାନଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି।

ରେଡିଓ ସୁରଭିର ଅଧ୍ୟକ୍ଷ କିଶୋର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ ରେ ଆଇ.ଆଇ. ଇ. ସି. ର ନିର୍ଦ୍ଦେଶକ ଡ଼ଃ ଶିଶିର କୁମାର ଦାସ ଶିକ୍ଷା ସୁରଭି କାର୍ଯ୍ୟକ୍ରମ ଏକ ଅଭିନବ ଏବଂ ବହୁ ଉପାଦେୟ ବୋଲି ଅଭିହିତ କରିଥିଲେ। ଏହି କର୍ମଶାଳା ରେ ୧୦୯ ଟି ଶୃଙ୍ଖଳା ସମ୍ବଳିତ ଏକ ଡ଼ିଭିଡ଼ି ଉନ୍ମୋଚିତ ହୋଇଥିଲା।

ଏହି କର୍ମଶାଳାରେ ଅତିଥି ଭାବେ ଓସେପା ଯୁଗ୍ମ ନିର୍ଦ୍ଦେଶକ ଜି. କୁଜୁରୁ ରାଜ୍ୟ ସଂଯୋଜକ ଅଶୋକ ମହାପାତ୍ର, ଭୁବନେଶ୍ୱର ର ବି ଇ ଓ ଡ଼.ପ୍ରଜ୍ଞାପାରମିତା ଜେନା, କଟକ ଏଡିଇଓ ଡ଼ଃ ସନ୍ତୋଷ ରାଉତ, ରେଡ଼ିଓ ନମାସ୍କର ର ଅଧ୍ୟକ୍ଷ ଶାହା ଅନଶାରୀ, ବିକାଶ ମହାପାତ୍ର, ଅବଦୁଲ ସଫିକ, ମହମ୍ମଦ ନିୟାଜ, ନିହାର ପଣ୍ଡା, ଲିଙ୍ଗରାଜ ପଣ୍ଡା, ରୁଦ୍ରକାନ୍ତ ପଣ୍ଡା ଓ ବହୁ ଛାତ୍ରଛାତ୍ରୀ ସହ ଅଭିଭାବକମାନେ ଯୋଗଦାନ କରିଥିଲେ।