Odiapua.com

ଶିକ୍ଷାର ମୂଲ୍ୟବୋଧ, ଭାଷାପ୍ରତି ଅନୁରାଗି ତଥା ଗୁରୁଜନଙ୍କୁ ଭକ୍ତି ଓ ସମ୍ମାନ ପ୍ରଦାନ ହିଁ ମୁଳମନ୍ତ୍ର, ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କୋଲାବିରା, ୯।୧ (ଓଡିଆ ପୁଅ/ନିଶିତ କୁମାର ବହିଦାର) କୋଲାବିରା ବ୍ଲକ ରଘୁନାଥପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପଂଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପାଇକମାଲ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମାନ କ୍ଷିତି ଭୂଷଣ ବିଶ୍ୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ମିନାରାଣୀ ମଙ୍ଗଳ ଯୋଗଦେଇ ପୈାରାଣିକ ଯୁଗରେ ଗୁରୁଶିଷ୍ୟ ସମ୍ବନ୍ଧ, ଅଭିଭାବକଙ୍କ କର୍ତବ୍ୟ ଓ ନିଷ୍ଠା ତଥା ଆଧୁନିକ ଶିକ୍ଷା ଉପରେ ଅନେକ ପୈାରାଣିକ ଉଦାହରଣ ମାଧ୍ୟମରେ ଶିକ୍ଷାର ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଏବିଇଓ ଛତ୍ର କୁମାର ପଟେଲ, ରଘୁନାଥପାଲି ସରପଂଚ ନନ୍ଦିତା ସରାଫ, ସମିତି ସଭ୍ୟା ନିରୁପମା ପଧାନ, ଗ୍ରାମର ବଦାନ୍ୟବ୍ୟକ୍ତି ଚନ୍ଦ୍ରଭାନୁ ସରାଫ, ନିରଞ୍ଜନ ପଧାନ, ଉଦ୍ଧବ ବାରିକ ପ୍ରମୁଖ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତାଭାବରେ ଓରିଏଂଟ କୋଲିଆରି ସରକାରୀ ଉଚ୍ଚ ବିଦ୍ୟାଳୟ ବ୍ରଜରାଜଗରର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ସାରାଫ ଯୋଗଦେଇ ଶିଶୁ ପିତା-ମାତା ଓ ଶିକ୍ଷକଙ୍କ ଦାଇତ୍ୱ ଓ କର୍ତବ୍ୟ ସହ ଶିଶୁଙ୍କ ଅଧିକାର ବିଷୟରେ ଆଲୋକପାତ କରିଥିଲେ। ଏହା ସହିତ ପ୍ରଥମିକ ସ୍ତରରେ ଏଭଲି ସୁନ୍ଦର ଓ ଆକର୍ଷଣୀୟ କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା କରିବା ସହିତ ଗୁରୁଶିଷ୍ୟ ପରମ୍ପରା ସମାଜରେ ଏବ ଆଦର୍ଶ ଅଟେ, ଏହାଦ୍ୱାରା ପିଲା ନିଜର ଦାଇତ୍ୱ, କର୍ତବ୍ୟ, ସ୍ନେହ, ସମ୍ମାନ ଓ ସଂସ୍କାର ବୁଝି ପାରିବା ସହ ପ୍ରତିଷ୍ଠିତ ହୋଇ ପାରିଥାଏ ଓ ସମାଜର ସୁଧାର ଆଣିବାରେ ସକ୍ଷମ ହୋଇଥାଏ ବୋଲି ଅଭିହିତ କରିଥିଲେ। ଅତିଥି ଗଣ ଅଭିଭାଷଣରେ କୋମଳମତି ଛାତ୍ରୀ-ଛାତ୍ରଙ୍କୁ ଶିକ୍ଷାର ମୂଲ୍ୟବୋଧ, ଭାଷାପ୍ରତି ଅନୁରାଗି ତଥା ଗୁରୁଜନଙ୍କୁ ଭକ୍ତି ଓ ସମ୍ମାନ କୁ ନେଇ ମତବ୍ୟକ୍ତ କରିବା ସହିତ ଭାଷା ଜଗତରେ ଭାଷାର ସୁରକ୍ଷା ନିମନ୍ତେ ଛାତ୍ରୀ-ଛାତ୍ରଙ୍କ କର୍ତବ୍ୟବୋଧ ଉପରେ ବକ୍ତବ୍ୟ ରଖିଥିଲେ। ଏଇଅବସରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହାସଲ କରିଥିବା ୬୪ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ସପ୍ତମ ଶ୍ରେଣୀର ଟପ୍ପର ତିନିଜଣ ଛାତ୍ରଛାତ୍ରୀ ଯଥାକ୍ରମେ ଗାୟତ୍ରୀ ସାହୁ, ପୂଜା ସୈାରା ଏବଂ ପଙ୍କଜିନୀ ଅମାତଙ୍କୁ ସ୍ୱତନ୍ତ୍ର ଭାବରେ ପ୍ରୀତିରାଣୀ ସମ୍ମାନ ପ୍ରଦାନ କରାଯାଇଥିଲା। ସପ୍ତମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ପ୍ରୀତିରାଣୀ ସରାଫଙ୍କ ଅକାଳ ବିୟୋଗରେ ତାଙ୍କ ପିତା ରୁପେଶ ସରାଫ ଝିଅର ସ୍ମୃତି ଉଦ୍ଦେଶ୍ୟରେ ତିନୋଟି ରୈାପ୍ୟ ମୁଦ୍ରିକା ପ୍ରଦାନ କରି ସମ୍ମାନୀତ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପଧାନ ବାର୍ଷିକ ବିବରଣୀ ପାଠ କରିବା ସହ ମଂଚ ପରିଚାଳନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ବିଦ୍ୟାଳୟର ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ସହଯୋଗ କରିଥିଲେ। ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ କିଶମର ସଂାସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶନ କରାଯାଇଥିଲା।