Odiapua.com

ଶିକ୍ଷାବିତ ଶ୍ରୀ ଅମୁଲ୍ୟ ଦାସଙ୍କ ବିୟୋଗ: ବିଭିନ୍ନ ମହଲରେ ଶୋକର ଛାୟା

ବ୍ରହ୍ମପୁର ;୨୬/୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟ ବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୁଲ୍ୟ ଦାସ ଙ୍କ ଆଜି ରାତ ୮.୧୫ ମି ସମୟରେ ଆମ୍ବୁଲାନ୍ସ ମଧ୍ୟରେ ବ୍ରହ୍ମପୁର ବଡ ଡାକ୍ତରଖାନା ଯାଉଥିବା ବେଳେ ହିଂଜିଳି କାଟୁ ନିକଟ ରେ ଅକାଳ ବିୟୋଗ ଘଟିଛି।ଆଜି ମହାବିଦ୍ୟାଳୟର ୩୬ତମ ସ୍ଵନକ୍ଷତ୍ର ଉତ୍ସବ ଥିଲା। ଉତ୍ସଵ ଚାଲିଥିବା ସମୟରେ ହଠାତ୍ ଶ୍ରୀ ଦାସ ତଳେ ପଡିଯାଇଥିଲେ।ବାନ୍ତି ହୋଇ ସେ ଅଚେତ ହୋଇପଡିଥିଲେ।ସଙ୍ଗେ ସଙ୍ଗେ ତାଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନା ନିଆଯିବା ସମୟରେ ରାସ୍ତାରେ ମୃତ୍ୟୁବରଣ କରିଥିଲେ।ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଶ୍ରୀ ଦାସଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା, ଭଞ୍ଜନଗର ଓ ସୋରଡା ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।

ସ୍ୱର୍ଗତ ଦାସ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ, ଦୋଡଙ୍ଗା ଉଚ୍ଚ ବିଦ୍ୟାଳୟ, ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଥିଲେ।ଗଞ୍ଜାମ ସାକ୍ଷରତା ଅଭିଯାନର ଜଣେ ପୁରୋଧା ଭାବେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ।ଭଞ୍ଜନଗର ରୋଟାରି କ୍ଲବର ପ୍ରଥମ ସଭାପତି, ବେଲଗୁଣ୍ଠା ପ୍ରେସ୍ କ୍ଳବର ଉପଦେଷ୍ଟା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅନଷ୍ଠାନର ଦାୟିତ୍ବ ତୁଲାଇଥିଲେ।

ସ୍ୱର୍ଗତ ଦାସଙ୍କ ଧର୍ମପତ୍ନୀ ଶ୍ରୀମତୀ ମାମା ପରିଡା ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଅଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ଶ୍ରୀ ଦାସଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗାଙ୍ଗପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବିଶ୍ୱଭାରତୀ ଅଧ୍ୟକ୍ଷ କୁଞ୍ଜ ବିହାରୀ ନାୟକ ବଡ ମେଡିକାଲକୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ।ତାଙ୍କ ଶବ ନିଜ ଗ୍ରାମ ବିରିପୁରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଅଞ୍ଚଳର ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।