Odiapua.com

ଶିକ୍ଷାବିତ ଭାଗିରଥୀ ନାୟକଙ୍କ ସ୍ମୃତିସଭା:କର୍ମ ମଣିଷକୁ ଅମର କରିଦିଏ

ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକର ଜଣାଶୁଣା ଶିକ୍ଷାବିତ ସ୍ୱର୍ଗତ ଭାଗିରଥୀ ନାୟକଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ କୋଭିଡ ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିରୋଧୀ ଦଳର ଉପନେତା ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ମୁସଲିମ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି, ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର, ଭାରତୀୟ ଚିକିତ୍ସକ ସଂଘର ସଭାପତି ଡାକ୍ତର ରବିନ୍ଦ୍ର ନାୟକ, ଡାକ୍ତର ହରେକୃଷ୍ଣ ନାୟକ, ଡାକ୍ତର ଗୌରଚନ୍ଦ୍ର ଜେନା, ଡାକ୍ତର ଶତ୍ରୁଘ୍ନ ହାତୀ, ଡ-ରାଧାରାଣୀ ମହାପାତ୍ର, ଶ୍ରୀବତ୍ସ ଜେନା, ବିଜେପି ନେତା ଅଭିମନ୍ୟୁ ସେଠୀ, ହେମନ୍ତ ପାଢୀ, ବଦ୍ରି ନାରାୟଣ ଧଳ, କଂଗ୍ରେସ ନେତା ଅଶୋକ ଦାସ, ଡ-ବାଇଧର ସାହୁ, ସମାଜସେବୀ ସୁଧାକର ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥି ଥିଲେ। ସ୍ୱର୍ଗତ ଭାଗିରଥୀ ସାରଙ୍କ ଛାତ୍ର ବତ୍ସଳତା ଓ ପରୋପକାର ତଥା ମଣିଷପଣିଆ ବାବଦରେ ବକ୍ତାମାନେ ଭାଷଣ ରଖିଥିଲେ। ନିଜର କର୍ମ ମଣିଷକୁ ଅମର କରିଦିଏ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ଏକ ସ୍ମରଣିକା ‘ପୂଣ୍ୟ ଭାଗିରଥୀ’ ଉନ୍ମୋଚିତ ହୋଇଥିଲା।