Odiapua.com

ଶିକ୍ଷାବିତ ପ୍ରଭାକର ନାୟକଙ୍କ ସ୍ମୃତି ଚାରଣ ସଭା

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଶିକ୍ଷାବିତ ପ୍ରଭାକର ନାୟକଙ୍କ ଏକ ସ୍ମୃତିଚାରଣ ସଭା ସ୍ଥାନୀୟ ଜାନୁଗଂଜସ୍ଥିତ ତାଙ୍କ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଶିକ୍ଷକ ନେତା ପ୍ରଭାକର ପରିଡାଙ୍କ ସଂଯୋଜନା ରେ ମୁଖ୍ୟଅତିଥିଭାବେ ବିଜୁ ମହିଳା ସ୍ମୃତି କମିଟିର ସଭାପତି ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ ,ମୁଖ୍ୟବକ୍ତାଭାବେ କବୟତ୍ରୀ ଶାନ୍ତିଲତା ନାଗ, ଶିକ୍ଷାବିତ କୈଳାସ ଚନ୍ଦ୍ର ଜେନା ,ତିହିଡି ଯାଦବ ମହାସଭାର ସଭାପତି ହରିଶ କୁମାର ବାରିକ,ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ଧିରେନ୍ଦ୍ର ବେହେରା, ପ୍ରଶାସନିକ ଅଧିକାରୀ କରୁଣାକର ବାରିକ,ଶିକ୍ଷାବିତ ରମାକାନ୍ତ ବାରିକ, ଘଣ୍ଟେଶ୍ୱର କଲେଜର ଅଧ୍ୟକ୍ଷ ବିଜୟ କୁମାର ଦାସ,ମଦନମୋହନ ପଣ୍ଡା,ସାମ୍ବାଦିକ ଗୌରହରି ନାୟକ,ସନ୍ତୋଷ ଦାସ,ଅଭୟ ସାହୁ, ଲିପିକା ରାଉତ,ମଂଜୁଶ୍ରୀ ଦାସ,ବାଦଲ କୁମାର ଜେନା,ଅମର ଦାସ,ଗଙ୍କାଧର ମଲ୍ଲିକ,ଡା. ରବୀନ୍ଦ୍ର କୁମାର ମହାପାତ୍ର, ସାନପୁଅ ବିଭୁଶଙ୍କର ନାୟକ,ସହଧର୍ମିଣୀ ବାସନ୍ତୀଲତା ନାୟକ ପ୍ରମୁଖ ଯୋଗଦେଇ କହିଲେ ସ୍ୱର୍ଗତଃ ନାୟକ ଜଣେ ଦୟାଳୁ ,ପରୋପକାରୀ,ସମାସସେବୀ,କର୍ତ୍ତବ୍ୟପରାୟଣତା ବ୍ୟକ୍ତି ଥିଲେ ସ୍ୱର୍ଗତଃ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ବଡପୁଅ ବେହେରା ଭବନୀଶଙ୍କର ନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।