ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ସାମନ୍ତରାୟପୁର ହାଇସ୍କୁଲର ଗଜେନ୍ଦ୍ର ପଣ୍ଡା ସାର ହଜାରେ ଶିକ୍ଷକ ମଧ୍ୟରୁ ଜଣେ ଉତମ ଶିକ୍ଷାକଭାବେ ବାରିହୋଇ ପଡୁଥିଲେ। ବହୁତ ଶିକ୍ଷକ ଅଛନ୍ତି ହେଲେ ଗଜେନ୍ଦ୍ର ସାରଙ୍କ ପରି ଶିକ୍ଷକ ମିଳିବା କଷ୍ଟକର ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।ସାମନ୍ତରାୟପୁର ହାଇସ୍କୁଲ ପରିସରରେ ଗୁରୁବାର ପୂର୍ବାହ୍ନରେ ଶିକ୍ଷାବିତ ସ୍ୱର୍ଗତ ଗଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳୀସଭା ସାହିତ୍ୟିକ ମୁକ୍ତିକାନ୍ତ ନାୟକ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରବିନାରାୟଣ ନାୟକ, ସରପଂଚ ପ୍ରଶାନ୍ତ ବିଶ୍ୱାଳ, ଶିକ୍ଷାବିତ ନିତ୍ୟାନନ୍ଦ ନାୟକ, ନିର୍ମଳେନ୍ଦୁ ନାୟକ, ହରେକୃଷ୍ଣ ମହାକୁଡ଼, ପ୍ରେମାନନ୍ଦ ବଳ, ସଦାନନ୍ଦ ନାୟକ, କୈଳାସ ରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷକ ସ୍ୱର୍ଗତ ପଣ୍ଡା ଜଣେ ଉତମ ଉତମ ଶିକ୍ଷକ ବୋଲି ହଜାରେ ଶିକ୍ଷକ ମଧ୍ୟରୁ ବାରିହୋଇପଡୁଥିଲେ।ସେ ନମ୍ର, ଶାନ୍ତ, ସରଳ,ପରୋପକାରୀ, ଛାତ୍ର ବତ୍ସଳ,କର୍ତବ୍ୟନିଷ୍ଠ ,ସମାୟାନୁ ବର୍ତିତା , ଧର୍ମପରାୟଣ ଭାବେ ନିଜର ସ୍ୱତନ୍ତ ପରିଚୟ ସୃଷ୍ଟି କରିପାରିଥିଲେ।ଜଣେ ଭଲ ଶିକ୍ଷକ ପାଖରେ ଯେଉଁ ଗୁଣ ରହିବା କଥା ତାହା ତାଙ୍କ ପାଖରେ ଥିଲା । ଏଥିପାଇଁ ସ୍ୱର୍ଗତ ପଣ୍ଡା ସ୍ମରଣୀୟ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଶୀତଳ କୁମାର ବେହେରା, ସନ୍ନ୍ୟାସୀ ଚରଣ, ବ୍ରହ୍ମ, ମଥୁରା ମୋହନ ବେହେରା, ପ୍ରତାପ ଆଚାର୍ଯ୍ୟ, ବିଜୟ କୁମାର ବ୍ରହ୍ମ, ହୃଷିକେଶ ପାଢ଼ୀ, ସନ୍ତୋଷ ପଣ୍ଡା, କୁଳମଣି ସାହୁ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଶେଷରେ ବଡ଼ପୁଅ ସୁଶାନ୍ତ କୁମାର ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।ଏହି ଅବସରରେ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ସାଥିମାନେ ଭଜନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଶ୍ରୋତା ଓ ଶିକ୍ଷକ ସ୍ୱର୍ଗତ ପଣ୍ଡାଙ୍କ ଛାତ୍ର ଛାତ୍ରୀ ଓ ଜନସାଧାରଣ ଯୋଗଦେଇଥିଲେ। ଅଧ୍ୟକ୍ଷ ବିବେକାନନ୍ଦ ସେନାପତି,ସଂସ୍କୃତ ଶିକ୍ଷକ ଅକ୍ଷୟ କୁମାର ଦାଶ,ପୂର୍ବତନ ସରପଂଚ ସୁଦର୍ଶନ ବିଶ୍ୱାଳ, ବସନ୍ତ କୁମାର ନାୟକ, ଅଜୟ ରାଉତ, ଅକ୍ଷୟ ପାଣିଗ୍ରାହୀ , ପ୍ରଭାତ ପାଣି,ବୃନ୍ଦାବନ ବିଶ୍ୱାଳ,ଗଣେଶ ପଣ୍ଡା,ସୁବ୍ରତ ପଣ୍ଡା,ଏଲିନା ପଣ୍ଡା, କୀର୍ତୀମୟୀ ମିଶ୍ର,ସୀମା ପଣ୍ଡା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।