Odiapua.com

ଶିକ୍ଷାବିତ ଓ ସମାଜସେବୀ ଚନ୍ଦ୍ରଶେଖର ପତିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର ୩୧.୭ (ଓଡ଼ିଆ ପୁଅ) – ବିଶିଷ୍ଟ ଶିକ୍ଷାବିତ ତଥା ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ସ୍କୁଲ ଗ୍ରୁପର ପ୍ରତିଷ୍ଠାତା ଚନ୍ଦ୍ରଶେଖର ପତିଙ୍କ ଅକାଳ ବିୟୋଗରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶ୍ରୀ ପଟ୍ଟନାୟକ ଶୋକବାର୍ତ୍ତାରେ କହିଛନ୍ତି ଚନ୍ଦ୍ର ଶେଖରବାବୁ ଜଣେ ସଫଳ ଶିକ୍ଷାବିତ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଚନ୍ଦ୍ରଶେଖର ବାବୁ କଂଗ୍ରେସ ଦଳରେ ଦୀର୍ଘଦିନ ବିଭିନ୍ନ ପଦପଦବୀରେ ରହି କଂଗ୍ରେସ ଦଳକୁ ସୁ ସଂଗଠିତ କରିବାପାଇଁ ଚେଷ୍ଟା କରିଥିଲେ। ତାଙ୍କ ବିୟୋଗ ଶିକ୍ଷା କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତି। ସେ ଜଣେ ପରୋପକାରୀ, ବନ୍ଧୁବତ୍ସଳ, ସ୍ନେହୀ ସମାଜସେବୀ ଭାବେ ଅନେକ ଗୁଡ଼ିଏ ଜନମଙ୍ଗଳ କାର୍ଯ୍ୟ ରାଜ୍ୟରେ କରିଯାଇଛନ୍ତି ଯାହା ତାଙ୍କୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବ। ସ୍ୱର୍ଗତ ପତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହି ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ।