Odiapua.com

ଶିକ୍ଷାବିତ ଅନାଦି ଚରଣ ବିଶ୍ୱାଳଙ୍କ ପରଲୋକ

ହାଟଡ଼ିହି, ୨ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନାଦି ଚରଣ ବିଶ୍ୱାଳଙ୍କ ୬୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ହରିଚନ୍ଦନପୁର ବ୍ଲକ ଜାମୁଜୋଡି ହାଇସ୍କୁଲରେ ୩୫ବର୍ଷ ଧରି ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ସେ ଗତ କିଛିଦିନ ହେବ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଥିଲା । ସ୍ୱର୍ଗତ ଅନାଦି ଚରଣ ବିଶ୍ୱାଳ ଜଣେ ଛାତ୍ରବତ୍ସବଳ, ପରୋପକାରୀ ଓ ମେଳାପୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ସେ କେନ୍ଦୁଝର ଜିଲ୍ଲା ଶିକ୍ଷକ ସଂଘର ଜଣେ ସଂଗଠକ ଭାବେ ମଧ୍ୟ କାର୍ଯ୍ୟନିର୍ବାହ କରିଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକରେ ପୁର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ବର୍ତ୍ତମାନର ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ହାଟଡିହି ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ପ୍ରମୁଖ ଗଭୀର ଶେକପ୍ରକାଶ କରିଛନ୍ତି । ତାଙ୍କ ପରଲୋକ ଖବରପାଇ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜାମୁଯୋଡି ପଞ୍ଚାୟତର ବିଜେଡି ସଭାପତି ଅନ୍ତର୍ଯ୍ୟାମୀ ସାହୁ, ସରପଞ୍ଚ ଜଗଦାନନ୍ଦ ମୁଣ୍ଡା, ସଭିତିସଭ୍ୟ ସୋମନାଥ ଜେନା, ଦୃଣ ନାୟକ, ଦିଲ୍ଲିପ ସାହୁ,ଅକ୍ଷୟ ସାହୁ, ପ୍ରତାପ ମହାପାତ୍ର, ସଚିଦାନନ୍ଦ ମହାପାତ୍ର, ବଳରାମ ସାହୁ, ଶରତ ସାହୁ, କେଶବ ସାହୁ, ଶ୍ରୀକାନ୍ତ ସାହୁ, ଜନାର୍ଦ୍ଦନ ସାହୁ, ବାଲିବରେଇ ପଞ୍ଚାୟତର ପୁର୍ବତନ ସରପଞ୍ଚ ଚିନ୍ତାମଣୀ ପାତ୍ର, ରମୁ ସାମଲ, ଅଶ୍ରୁ ମୋଚନ ବିଶ୍ୱାଳ, ଶିଶିର ବିଶ୍ୱାଳ, ବାପୁନୁ ବିଶ୍ୱାଳ, ପ୍ରଶାନ୍ତ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିବା ସହିତ ସଂସ୍କାର କାର୍ଯ୍ୟରେ ଉପସ୍ଥିତ ଥିଲେ ।