ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବତନ ରାଜ୍ୟ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ବେହେରାଙ୍କ ସ୍ମୃତି ସଂସଦ ପକ୍ଷରୁ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସଭା ଶୁକ୍ରବାର ଜାତୀୟ କ୍ରୀଡ଼ା ଦିବସ ଓ ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ସ୍ଥାନୀୟ ସିଆରଏସଏସ ହାଇସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସାହିତ୍ୟିକ ପି. ହୃଷିକେଶଙ୍କ ସଭାପତିତ୍ୱରେ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସିଆରଏସ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ରନାଥ ମିଶ୍ର, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ରାମନାରାୟଣ ନାୟକ, ବରେଣ୍ୟ ଅତିଥି ଭାବେ କବି ସଂଜିତ୍ ବଳ ଓ କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ ଯୋଗ ଦେଇ ଶିକ୍ଷା ସହିତ କ୍ରୀଡ଼ା ପ୍ରତି ପିଲାମାନଙ୍କର ଆଗ୍ରହ ରହିଲେ ସେମାନେ ଭବିଷ୍ୟତରେ ଜଣେ ଜଣେ କ୍ରୀଡ଼ାବିତ୍ ହୋଇପାରିବେ ବୋଲି କହିଥିଲେ। ସଂସଦର ଆବାହକ କିଶୋର ଚନ୍ଦ୍ର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଶିକ୍ଷାବିତ୍ ବିଷ୍ଣୁ ପ୍ରସାଦ ମହାପାତ୍ର ଓ ଗୟାଧର ଦାସଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ତିହିଡ଼ି ଯୁବମଂଚର ସଭାପତି କୈଳାସ ବେହେରା ମାନପତ୍ର ପାଠ କରିଥିଲେ। ସଂସଦର ସମ୍ପାଦକ ବିଶ୍ୱଜିତ୍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟାଡମିଂଟନ ସିନିୟରରେ ସାଇପ୍ରଦ ମାହୁନ୍ତ, ଅଜିତ୍ ସେଠୀ, ନିହାର ରଂଜନ ସାବତ, ଜୁନିୟରରେ ଦେବୀ ପ୍ରସନ୍ନ ଦୀକ୍ଷିତ, ସତ୍ୟଜିତ୍ ସେଠୀ, ସମୀକ୍ଷା ଓଝା, କ୍ୟାରମରେ ସତ୍ୟପ୍ରକାଶ ମଲିକ, ସ୍ୱାଧୀନ ନାୟକ, ସମୀକ୍ଷା ଓଝା, ଚେସ୍ରେ ସତ୍ୟଜିତ୍ ମହାଳିକ, ସତ୍ୟପ୍ରକାଶ ବାରିକ, ବୁଦ୍ଧିରାମ ହାଁସଦା, ସ୍କିପିଂର ରୁକ୍ସାନା ବେଗମ, ସୁଶ୍ରୀସଂଗୀତା ପତି, ରୁପାଲି ମହାଳିକ ଲୁଡୁରେ ଲକ୍ଷ୍ମୀପ୍ରିୟା ମଲିକ, ଜ୍ୟୋତିସ୍ମିତା ନାୟକ, ଏବଂ ପ୍ରଶ୍ନମଂଚରେ ଓମ୍ପ୍ରକାଶ ସାହାଣି, ମଙ୍ଗଳମୟ ମହାବାହୁ ମହାରାଜ, ଆଶିଷ କୁମାର ବାରିକ ପ୍ରମୁଖ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ସଂଦ ପକ୍ଷରୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ପୁସ୍କୃତ କରାଯାଇଥିଲା। ସଂସଦର ସଂଯୋଜକ ଗିରିଜା ରମଣ ଜେନା, ସ୍କୁଲ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ମାହୁନ୍ତ, ସଂସଦ ସଦସ୍ୟ ପ୍ରଶାନ୍ତ ବଳ, ଅଜୟ ନାୟକ, ନିରଂଜନ ବାରିକ, ବିସ୍ମୟ ବିହାରୀ ସାହୁ, ଚନ୍ଦନ ପତି, ଦିଲୀପ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।