Odiapua.com

ଶିକ୍ଷାବିତ୍ ଡଃ ପ୍ରଫୁଲ୍ଲ ଶ୍ରୀଚନ୍ଦନ ରାୟଙ୍କ ଷଷ୍ଠ ବାର୍ଷିକୀ ଶ୍ରାଦ୍ଧୋତ୍ସବ ପାଳିତ

ବାଲିଅନ୍ତା / ଭୁବନେଶ୍ୱର / ଫୁଲନଖରା / କଟକ ସଦର, ତା ୨୧ା୯ (ଓଡ଼ିଆ ପୁଅ) : ବିଶିଷ୍ଟ ଶିକ୍ଷାବିତ୍ ନହରକଣ୍ଟା ମହାରଥା ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ, ଶ୍ରୀ ଜୟଦେବ କଲେଜର ପ୍ରତିଷ୍ଠାତା ଅଧ୍ୟକ୍ଷ, ସୁନାବେଡା ଭି-ଏସ୍- ବିଦ୍ୟାଳୟ ଓ ଦାମନଯୋଡ଼ି କଲେଜର ପୂର୍ବତନ ଅଧ୍ୟକ୍ଷ ଡଃ ପ୍ରଫୁଲ୍ଲ କୁମାର ଶ୍ରୀଚନ୍ଦନରାୟଙ୍କ ଷଷ୍ଠ ବାର୍ଷିକ ଶ୍ରାଦେ୍ଧାତ୍ସବ ଆଜି ସାମାଜିକ ଦୂରତା ଅବଲମ୍ବନ କରାଯାଇ ପାଳିତ ହୋଇଯାଇଛି। ପ୍ରତ୍ୟୁଷରେ କୁଶଭଦ୍ରା ନଦୀରେ ତାଙ୍କ ପ୍ରିୟ ଛାତ୍ର ପଣ୍ଡିତ ଶ୍ରୀଧର ଦାଶ ତୀଳତର୍ପଣ କଲାପରେ ନିକୁଞ୍ଜ ବିହାରୀ ମନ୍ଦିରରେ ପୂଜାର୍ଚ୍ଚନା, ଦୀପଦାନ କରିବା ସଙ୍ଗେ ସଙ୍ଗେ ବାଲିଅନ୍ତା ଗାନ୍ଧୀ ପୀଠରେ ତାଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସକାଳ ୮ ଘଟିକା ସମୟରେ ଭିଡ଼ିଓ କନ୍ଫରେନସିଂ ମାଧ୍ୟମରେ ସ୍ଥାନୀୟ ପ୍ରାତଃଭ୍ରମଣ ସଂଗଠନ ତାଙ୍କର ଛାତ୍ରଛାତ୍ରୀ, ଶ୍ରଦ୍ଧାଳୁ, ଶୁଭେଚ୍ଛୁ, ବାଲିଅନ୍ତା ଯାଦବ ସଂଘ, ଗୁଆଳି ଗୁରୁକୁଳ, ଜନକଲ୍ୟାଣ ସଂଗ୍ରାମୀ ପରିଷଦ, ଦୁର୍ଗାପୂଜା କମିଟି, ଲକ୍ଷେଶ୍ୱର ଆଞ୍ଚଳିକ ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳୀ ସମେତ ବିଭିନ୍ନ ସଂଗଠନ ତରଫରୁ ସ୍ୱର୍ଗତ ରାୟଙ୍କ ବହୁମୁଖି ପ୍ରତିଭା ଓ ଅଞ୍ଚଳରେ ଶିକ୍ଷାର ଆଲୋକ ପ୍ରଦାନ ପାଇଁ ସେ ନିଜର ସମଗ୍ର ଜୀବନକୁ ଉତ୍ସର୍ଗ କରିବା ସଙ୍ଗେସଙ୍ଗେ ଦୀର୍ଘବର୍ଷ ଚାକିରୀ କରି ମଧ୍ୟ କିପରି ପେନ୍ସନ୍ ପାଇପାରିଲେ ନାହିଁ ତାହା ଆଲୋଚନା କରିବା ସଙ୍ଗେସଙ୍ଗେ ତାଙ୍କ ପ୍ରଗାଢ ନିଷ୍ଠା ଓ ଉଦ୍ୟମରେ ମହାରଥା ବିଦ୍ୟାପୀଠ ଓ ଜୟଦେବ କଲେଜର ଆଜି ହଜାର ହଜାର ବିଦ୍ୟାର୍ଥୀଙ୍କୁ ସମାଜରେ ସୁପ୍ରତିଷ୍ଠିତ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ସରକାରଙ୍କ ପ୍ରଣିତ କୋଭିଡ୍ ନିୟମକୁ ଅନୁପାଳନ ପୂର୍ବକ ନିଜ ବାସଗୃହରେ ଥାଇ ସଂକୀର୍ତ୍ତନ ସେବକ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅଧ୍ୟାପକ ଡଃ କାମଦେବ ପତି, ଶରତ ମିଶ୍ର, ବିଜୟ କୁମାର ବାରିକ, ଭଗବାନ ଚନ୍ଦ୍ର ପଲେଇ, ସ୍ୱପ୍ନେଶ୍ୱର ପତି, ଶରତ ଚନ୍ଦ୍ର ସାହୁ, ଡଃ ଯାଦବାନନ୍ଦ ପଣ୍ଡା, ଡଃ ଯୁଧିଷ୍ଠିର ଖଟୁଆ, ମହନ୍ତ ନଳିନୀ ସ୍ୱାଇଁ, ଅଧିକାରୀ ଚୈତନ୍ୟ ସାହୁ, ବାରଙ୍ଗ ମହନ୍ତ ଡଃ କିଶୋର ଚନ୍ଦ୍ର ପାଣି, କ୍ରୀଡାବିତ୍ ଅରୁପାନନ୍ଦ ରାଉତରାୟ, ଗନ୍ଧର୍ବ ଦାସ, ଅଜିତ୍ ଦାସ, ଆଶୁତୋଷ ସାମନ୍ତରାୟ, ଅକ୍ଷୟ ଲେଙ୍କା, ପଦ୍ମନାଭ ପଟ୍ଟନାୟକ, ପ୍ରଶାନ୍ତ କୁମାରଦାସ, ଭୀମସେନ୍ ପାତ୍ର, ଅଜିତ୍ ପାତ୍ର, ସୁରେନ୍ଦ୍ର କୁମାର ଖୁଣ୍ଟିଆ, ଡମ୍ବରୁଧର ଜେନା, ସଂଗୀତଜ୍ଞ ବଶିଷ୍ଠ ନାୟକ, ଚିତ୍ରଶିଳ୍ପୀ ନିର୍ମଳ ନାୟକ ପ୍ରମୁଖ ଡଃ ରାୟଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ଚନ୍ଦ୍ରଶେଖର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।