Odiapua.com

ଶିକ୍ଷାବିତଙ୍କୁ ମାଟିର ବାସ୍ନା ସମ୍ମାନ

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପ୍ରାଣକୃଷ୍ଣ ଧଳ ପାଠାଗାର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷାବିତ ପୁରୁଷୋତ୍ତମ ଧଳଙ୍କୁ ମାଟିର ବାସ୍ନା ସାହିତ୍ୟ ସଂସଦ ପକ୍ଷରୁ ‘ମାଟିର ବାସ୍ନା ସାରଥି ସମ୍ମାନ’୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଛି । ଭଦ୍ରକ ସଂସ୍କୃତି ଭବନରେ ଅଧ୍ୟାପକ ପ୍ରଦୀପ କୁମାର ରଥଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ମୁଖ୍ୟଅତିଥି, ଡ. ରମାକାନ୍ତ ନାୟକ ମୁଖ୍ୟବକ୍ତା, କବି ବିପିନ ବିହାରୀ ବାରିକ, ଓଁକାର ଓଡିଆ ସମ୍ପାଦକ ରବିନାରାୟଣ ମହାପାତ୍ର, ସମାଜସେବୀ ବୈଲୋଚନ ସାହୁ, ଶିକ୍ଷାବିତ ନିର୍ମଳ ସେଠୀ, କଳିଙ୍ଗ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ଶ୍ରୀ ଧଳଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହ ସମ୍ମାନିତ କରିଥିଲେ । ସରସ୍ୱତୀ ବାରିକ ଧନ୍ୟବାଦ ଦେଇଥିଲେ ।