Odiapua.com

ଶିକ୍ଷକ ସନାତନ ନାୟକ ସମ୍ବର୍ଦ୍ଧିତ

ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ବାହୁଡା ଯାତ୍ରା ଓ ସୁନାବେଶ ଅବସରରେ ଭୁବନେଶ୍ୱରର ଅଗ୍ରଣୀ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଆମ ପରିବାର ଓ ରାଜଧାନୀ ସଂଗ୍ରାମୀ ସେବା ସଂଘର ମିଳିତ ଆୟୋଜନରେ ଶରଧାବାଲି ପୁରୀ ଠାରେ ସେବା କାର୍ଯ୍ୟ ଓ ବିଶ୍ୱର କଲ୍ୟାଣ ପାଇଁ ଦିବ୍ୟଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଆମ ପରିବାରର ସମ୍ପାଦକ ସତ୍ୟବ୍ରତ ଜେନାଙ୍କ ଆବାହକତ୍ୱରେ ସଂଗଠନର ମୁଖ୍ୟ ଉପଦେଷ୍ଟା ସାମ୍ବାଦିକ ହେମନ୍ତ ସିଂହ ସଭାକୁ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ରାଜଧାନୀ ସଂଗ୍ରାମୀ ସେବା ସଂଘର ପ୍ରତିଷ୍ଠାତା ସମାଜସେବୀ ନାରାୟଣ ଚନ୍ଦ୍ର ଓଝା, ରୋହିତ କୁମାର ନାୟକ, ସମାଜସେବିକା ରୁଦ୍ରାଣୀ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବାହୁଡା ଓ ସୁନାବେଶ ଅବସରରେ ସଂଗଠନର କାର୍ଯ୍ୟକୁ ମହାନ ବୋଲି କହିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ସନାତନ ନାୟକଙ୍କୁ ଆଦର୍ଶ ଶିକ୍ଷକ ଓ ବିଭିନ୍ନ ସଂଗଠନ ସହ ଜଡିତ ରହି ସାମାଜିକ କାର୍ଯ୍ୟ ପାଇଁ ପ୍ରଶଂସାପତ୍ର,ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରକାଶଥାଉକି ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀ ନାୟକ ବାଲିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତେଲନଟୀରୁ ଅବସର ନେବା ପରେ ବରିଷ୍ଠ ନାଗରିକ ସୁରକ୍ଷା ମଂଚ ପରି ବିଭିନ୍ନ ସଂଗଠନ ସହ ଜଡିତ ରହି ସେବାମୂଳକ କାର୍ଯ୍ୟ କରି ଆସୁଛନ୍ତି ।