Odiapua.com

ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ଶିବିର

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଶିକ୍ଷା ପରିଷଦ ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟମାନଙ୍କର ଭଦ୍ରକ ଜୋନ୍ ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ଶିବିର ଚିଙ୍ଗୁଡ଼ିପୁରସ୍ଥିତ ଆଞ୍ଚଳିକ ସ୍ୱାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମରେ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନ କାର୍ଯ୍ୟକ୍ରମରେ ଭାରତୀୟ ଶିକ୍ଷା ପରିଷଦର ସମ୍ପାଦକ ରବି ନାରାୟଣ ଜେନା,ଟ୍ରଷ୍ଟି- ବାବାଜୀ କୁମାର ,ରାଜକିଶୋର ସ୍ୱାଇଁ ,ବିଚିତ୍ରାନନ୍ଦ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ବିବେକାନନ୍ଦ ଶିକ୍ଷା କେନ୍ଦ୍ର,ବିଜେଗଙ୍ଗାଧରପୁରର ସମ୍ପାଦକ ମହେଶ୍ୱର ନାୟକ ସଭାପତିତ୍ୱ କରିଥିଲେ ।ବିବେକାନନ୍ଦ ଶିକ୍ଷା କେନ୍ଦ୍ର,ଦୋଳସାହି ପ୍ରଧାନ ଆଚାର୍ଯ୍ୟ ଜ୍ଞାନ ରଂଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଂଚଳିକ ସ୍ୱାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ, ଚିଙ୍ଗୁଡ଼ିପୁରର ସମ୍ପାଦିକା ସ୍ମିତାରେଖା ପାତ୍ର ପ୍ରାରମ୍ଭିକ ସଙ୍ଗୀତ ଏବଂ ବେଦପାଠ କରିଥିଲେ। ଭଦ୍ରକ ଜିଲ୍ଲାର ୧୫ ଗୋଟି ବିଦ୍ୟାଳୟର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ତ୍ରି ଦିବସୀୟ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟୟରେ ପ୍ରଶିକ୍ଷକ ମାନସ କୁମାର ପାଢ଼ୀ ନୂତନ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା କରିଥିଲେ ।ଦ୍ୱିତୀୟ ଦିବସରେ ପ୍ରଶିକ୍ଷକ ଅଶୋକ କୁମାର ନାୟକ, ପ୍ରଭାତ କୁମାର ଖିଲାର ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷାଦାନର କୌଶଳ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏଥିସହିତ ଯୋଗ ଶିକ୍ଷକ ନିତ୍ୟାନନ୍ଦ ରାଉତ ଯୋଗ ଶିକ୍ଷାଦାନ ଏବଂ କ୍ରୀଡା ପ୍ରଶିକ୍ଷକ ଭାବରେ ସୁଧାକର ମହାପାତ୍ର ଶିକ୍ଷାଦାନ କରିଥିଲେ।ତୃତୀୟ ତଥା ଉଦ୍ଜାପନ ଦିବସରେ ଗଣିତ ପ୍ରଶିକ୍ଷକ ଭାବରେ ଜୟଦେବ ସେନାପତି , ଇଂରାଜୀ ପ୍ରଶିକ୍ଷକ ପ୍ରଭାତ କୁମାର ଖିଲାର ଏବଂ ମାନସ କୁମାର ପାଢ଼ୀ ଗୁରୁଜୀ-ଗୁରୁମା ମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ। ଏଥିସହିତ ଉଦ୍ଜାପନୀ ଉତ୍ସବରେ ଧୀରେନ୍ଦ୍ର କୁମାର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ପ୍ରଫୁଲ୍ଲ କୁମାର ନାୟକ ସଂଯୋଜନା କରିଥିଲେ । ପ୍ରତି ଶିକ୍ଷା କେନ୍ଦ୍ରଙ୍କୁ ମାନପତ୍ର ଏବଂ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ପ୍ରଶିକ୍ଷକ ଶ୍ରୀ ପାଢ଼ୀ ଗୁରୁଜୀ,ଗୁରୁମା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହିତ ଏଭଳି ସାଧୁ ଉଦ୍ୟମ କୁ ପ୍ରଶଂସା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ଭାରତୀୟ ଶିକ୍ଷା ପରିଷଦ ଦ୍ୱାରା ଅନୁବନ୍ଧିତ ହୋଇଥିବା ସମସ୍ତ ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ, ସମ୍ପାଦକ ଏବଂ ସମ୍ପାଦିକା ମାନେ ଯୋଗ ଦେଇଥିଲେ।ଉଦ୍ଜାପନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁଜୀ,ଗୁରୁମା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀ ର ଆଲୋଚନା କରାଯାଇଥିଲା। ନୃତ୍ୟ, ସଂଗୀତ, ଶ୍ଳୋକ , କବିତା ଆବୃତି , ସଂଳାପ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଂଚଳିକ ସ୍ୱାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ, ଚିଙ୍ଗୁଡ଼ିପୁରର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ନାୟକ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବିଜେଗଙ୍ଗାଧରପୁରର ସମ୍ପାଦକ ମହେଶ୍ୱର ନାୟକ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଦୋଳସାହିର ପ୍ରଧାନ ଆଚାର୍ଯ୍ୟ ଜ୍ଞାନ ରଂଜନ ମିଶ୍ର, ରାମକୃଷ୍ଣ ଶିକ୍ଷା ନିକେତନ, ବାସୁଦେବପୁର ର ସମ୍ପାଦକ ଧିରେନ୍ କୁମାର ବାରିକ୍ , ଆଂଚଳିକ ସ୍ୱାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ, ଚିଙ୍ଗୁଡ଼ିପୁରର ସମ୍ପାଦିକା ସ୍ମିତାରେଖା ପାତ୍ର , ବିବେକାନନ୍ଦ ଶିକ୍ଷା କେନ୍ଦ୍ର,ନନ୍ଦପୁର ସଂପାଦକ ଜୟକୃଷ୍ଣ ପତି ପ୍ରମୁଖ ପରିଚାଳନା କରିଥିବାବେଳେ ଗୁରୁକୁଳ ଆଶ୍ରମର ଗୁରୁଜୀ ସଂଗ୍ରାମ ସାହୁ, ମା ସତ୍ୟଭାମା ବିବେକାନନ୍ଦ ଶିଶୁ ମନ୍ଦିର ସହିଦନଗର ର ସଂପାଦକ ଭାଗିରଥୀ ପାଢ଼ୀ,ବାଲୁଅ ଶାସନ ବିବେକାନନ୍ଦ ଶିଶୁ ମନ୍ଦିର ର ସମ୍ପାଦକ ବିଷ୍ଣୁ ମୋହନ ପଣ୍ଡା, ନିମାପଡ଼ା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟା ଇତିଶ୍ରୀ କରଶର୍ମା ,କୋରିଗାଁ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ସମ୍ପାଦକ ଖଗେଶ୍ୱର ନାୟକ ଜୋନ୍ ର ସମସ୍ତ ଗୁରୁମା,ଗୁରୁଜୀ ସହଯୋଗ କରିଥିଲେ।