ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ଥାନୀୟ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷା ବିଭାଗରେ ବହିର୍ମୁଖୀ ବକ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା,ଗୁରୁ- ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ। ମହାବିଦ୍ୟଳୟର ଅଧ୍ୟକ୍ଷ ପ୍ରଫେସର ଡ଼ ଲଳିତ ରଞ୍ଜନ ସାହୁ ଉକ୍ତ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରି ସାମ୍ପ୍ରତିକ ସ୍ଥିତିରେ ଶିକ୍ଷକ ବୃତିର ଉପଦେୟତା ସମ୍ପର୍କରେ ଆଲୋଚନା କରି ଛାତ୍ର-ଶିକ୍ଷକ ମଧ୍ୟରେ ସୁସମ୍ପର୍କ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି କହିଥିଲେ। ଏହି ସଭାରେ ରାଧାନାଥ ଉଚ୍ଚତର ଶିକ୍ଷକ-ଶିକ୍ଷା ମହାବିଦ୍ୟ।ଳୟ,କଟକର ଅଧ୍ୟକ୍ଷ ପ୍ରଫେସର ଡ଼ ମନୋଜ କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ “ ଶିକ୍ଷକତା ଏକ ବୃତି” ଶୀର୍ଷକରେ ଆଲୋଚନା କରିଥିଲେ। ବିଭିନ୍ନ ବୃତି ସହିତ ଏହି ବୃତିକୁ ତୁଳନ।କରି ଏହାଏକ ମହାନ ବୃତି ବୋଲି କହିଥିଲେ। ବିଜେବି ସ୍ୱୟଂ ଶାଶିତ ମହାବିଦ୍ୟଳୟ,ଭୁବନେଶ୍ୱରର ସହକାରୀ ପ୍ରଫେସର ଡ଼ କାନନ କୁମାର ପାତ୍ର ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଶିକ୍ଷକ ମାନଙ୍କର ପ୍ରଯୁକ୍ତି ବିଦ୍ୟାରେ ଜ୍ଞାନ ରହିବା ଆବଶ୍ୟକ ବୋଲି କହିଥିଲେ। ବିଭାଗ ମୁଖ୍ୟ ତଥା ସହକାରୀ ପ୍ରଫେସର ଗରୁଡେଶ୍ୱର ଦାସ ଅତିଥି ମାଙ୍କର ପରିଚୟ ପ୍ରଦାନ କରିଥିଲେ। ବିଭାଗର ଗୁରୁଛାତ୍ରୀ ଅନନ୍ୟ। ଦେବସ୍ମିତା ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଭାଗର ପୂର୍ବତନ ଗୁରୁ ଛାତ୍ରୀ ତଥା ବିଶ୍ୱତାରିଣୀ ମହାବିଦ୍ୟାଳୟ ଛେନାପଦୀର ଅଧ୍ୟାପିକା ଦିପ୍ତିମୟୀ ସେନାପତି ଯୋଗଦେଇ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଶିକ୍ଷକ ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଶ୍ରୀଯୁକ୍ତ ଦୁର୍ଯ୍ଯୋଧନ ମହାକୁଡ ,ବିକ୍ରମ କୁମାର ପ୍ରଧାନ ,ଜୟଶ୍ରୀ ବିଶ୍ୱାଳ,ସଞ୍ଜୁ କୌଶଲ୍ୟା ,ଆକାଶ ଭୋଇ ,ସମୃତି ସ୍ମିତା ସାମଲ,ଦୁର୍ଯ୍ୟେଧନ ବେହେରା,ଅକୃର ବୈରାଗୀ ,ଲକ୍ଷ୍ମୀନାରାୟଣ ବେହେରା ଓ ବିମଲ କୁମାର ନାଏକ କାର୍ଯକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।