Odiapua.com

ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ଅଭିଭାବକ ପକାଇଲେ ତାଲା

ତିର୍ତ୍ତୋଲ୧୩/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) – – ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତ ମିର୍ଜାପୁର ଗ୍ରାମରେ ଥିବା ସରକାରୀ ଜନତା ଉ.ପ୍ରା. ବିଦ୍ୟାଳୟ ର ମୁଖ୍ୟଫାଟକରେ ଅଭିଭାବକମାନେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ଶିକ୍ଷକ ସୁବ୍ରତ ସାରଙ୍କ ବଦଳିକୁ ପ୍ରତିବାଦ କରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଏହି ଧାରଣାରେ ସୁପ୍ରଭା ସ୍ୱାଇଁ, ସନ୍ଧ୍ୟାରାଣୀ ଖଣ୍ଡୁଆଳ, ପୁଷ୍ପଲତା ଜେନା, ଭାରତୀ ମଲ୍ଲିକ, ଟୁନିଲତା ସେଠୀ, ପ୍ରମୋଦ ରାଉତ, ତପନ କୁମାର ମଲ୍ଲିକ, ରଞ୍ଜନ ରାଉତ, ପ୍ରଫୁଲ ସାମନ୍ତରାୟ, ବାବୁନା ମଲ୍ଲିକ, ପ୍ରେମାନନ୍ଦ ଦାସ, ଅନୁପମା କର, ଚିନ୍ମୟୀ ମହାନ୍ତି, ନବଘନ ଦାସ, ସମିର ଖଣ୍ଡୁଆଳ, ତୁଷାର କାନ୍ତ ପ୍ରଧାନ, ସସ୍ମିତା ମଲ୍ଲିକ, ଶୁବସ୍ମିତା କର, ଆଦ୍ୟାଶା ସ୍ୱାଇଁ, ପ୍ରିୟଙ୍କା ମହାନ୍ତି, ଅନ୍ନପୂର୍ଣ୍ଣା ଦାସ, ଶ୍ରାବଣୀ ଜେନା, ଚିନ୍ମୟୀ ନାୟକ, ପ୍ରରମଜିତ୍ ପ୍ରଧାନଙ୍କ ସମେତ ଗ୍ରାମବାସୀ ଶିକ୍ଷକ ସୁବ୍ରତ ସାରଙ୍କୁ ବଦଳି କରାନଯାଉ ନାରାଦେଇ ବିଦ୍ୟାଳୟ ଫାଟକରେ ତାଲାପକାଇ ଧାରଣାରେ ବସିଥିଲେ। ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କ ଅବସର ହୋଇଥିବାେଳେ ନୂତନ ଶିକ୍ଷାଧିକାରୀ ଆସିଲେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବବୋଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଜନୈକ ଅଧିକାରୀ ସୂଚନା ଦେଇଥିଲେ।