Odiapua.com

ଶିକ୍ଷକ ଦୀନବନ୍ଧୁ ମହାପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ନୟାଗଡ଼, ୬ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଶରଣକୁଳ ନୋଡ଼ାଲ ନାରାୟଣ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ମହାପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ପରିଡ଼ାଙ୍କ ସଭାପତିତ୍ୱରେ ଏକ ସ୍ୱତନ୍ତ ଉତ୍ସବରେ ମୁଖ୍ୟଅତିଥି ଜିଲା ପୂର୍ବତନ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଗୁରୁ ଚରଣ ପ୍ରସାଦ ମୁଖ୍ୟବକ୍ତା ଓଡ଼ଗାଁ ବ୍ଳକ ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଭାଗ୍ୟଲତା ଦାଶ, ସଦାଶିବ ଦାଶ, ବଟକୃଷ୍ଣ ପଣ୍ଡା, ଶ୍ରାବଣୀ ମିଶ୍ର, ବିକ୍ରମ କୁମାର ଦାଶ, ଜ୍ୟୋତିରଂଜନ ଦାଶ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀ ମହାପାତ୍ରଙ୍କ ବହୁମୂଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଦୀନବନ୍ଧୁ ମହାପାତ୍ରଙ୍କ ଉପରେ ଆଧାରିତ ପୁସ୍ତକ ‘ନିବୃତ ନିକୃଣ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଶେଷରେ ଶିକ୍ଷକ ଭକ୍ତ ରଂଜନ ମିଶ୍ର ଧନ୍ୟବାଦ ଦେଇଥିଲେ।