Odiapua.com

ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତି ମଚଂ କାର୍ଯ୍ୟକାରୀ କମିଟି ବୈଠକ

ମାଲକାନଗିରି ,୨ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ କଲେଜର ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ନେଇ ମିଳିତ ମଚଂର କାର୍ଯ୍ୟାକାରୀ ବୈଠକ ସ୍ଥାନୀୟ କନିଷ୍ଟ ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଦୁସ୍ମନ୍ତ କୁମାର ଜେନାଙ୍କ ପୌରହିତରେ ଅନୁଷ୍ଟିତ ହୋଇ ଯାଇଛି । ସଭା ପ୍ରାରମ୍ଭରେ କରୋନାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକ,ଶିକ୍ଷୟତ୍ରୀ,ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଅମର ଆତ୍ମାର ସଦଗତି ଉଦେଶ୍ୟରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା । ଶିକ୍ଷା ଓ ଶିକ୍ଷକ ସମସ୍ୟା ସମାଧାନ,ଅନୁଦାନ ପ୍ରାପ୍ତ ସ୍କୁଲ,କଲେଜକୁ ସପ୍ତମ ବେତନରେ ଦରମା ,ଚାକିରି ର ସର୍ତାବଳି,ଅବସର ବୟସ ୬୦ରୁ ୬୨ ବର୍ଷ କୁ ବୃଦ୍ଧି, ପେନସନ,ଯୋଗ୍ୟ ବିବେଚିତ ୧୭୭ଟି ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ,୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦି ,ସଂସ୍କୃତ ଶିକ୍ଷକ, କ୍ରୀଡା ଶିକ୍ଷକଙ୍କୁ ଟ୍ରେଣ୍ଡ ଗ୍ରାଜୁଏଟ ମାନ୍ୟତା ପ୍ରଦାନ,ଏହି ସବୁ ଦାବିଗୁଡିକ ଆସନ୍ତା ୯ତାରିଖ ମଧ୍ୟରେ ପୁରଣ କରାନଗଲେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଓ ୧୬ତାରିଖରେ ବିଧାନସଭା ଆଗରେ ଧାରଣା ଦିଆଯିବା ପାଇଁ ମିଳିତ ମଚଂ ପକ୍ଷରୁନିସ୍ପତି ନିଆ ଯାଇଛି । ଏହି ବୈଠକରେ ମିଳିତ ମଚଂର ସଂପାଦକ ମନୋଜ କୁମାର ମହାପାତ୍ର ,ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ଅଧ୍ୟାପକ ରଂଜନ କୁମାର ସ୍ୱାଇଁ,ଗିରିଧାରି ସାହୁ, ରଂଜନ କୁମାର ପରିଡା,ଅଜୟକୁମାର ସ୍ୱାଇଁ,ଅଧ୍ୟାପକ ଶ୍ରୀକାନ୍ତ ସାମଲ,କୃଷ୍ଣଚନ୍ଦ୍ର ସେଠୀ,ସୂର୍ଯ୍ୟନାରାୟଣ ମଲ୍‌ିକ,ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ପ୍ରମୁଖ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମାନେ ଅପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ ।