Odiapua.com

ଶିକ୍ଷକଙ୍କ ବେତ ମାଡରେ ଦିତୀୟ ଶ୍ରେଣୀ ଛାତ୍ରୀଙ୍କ ହାତ ପାପୁଲି ଜଖମ୍, କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଭାବକ

କୋଦଳା :୦୮/୦୮ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ସରକାରୀ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ଦଣ୍ଡ ଦେବାକୁ ନିଷିଦ୍ଧ କରିଛନ୍ତି। ଏନେଇ ସ୍ପଷ୍ଟ ଭାବେ ପ୍ରତି ବିଦ୍ୟାଳୟ ଗୁଡିକରେ ଦଣ୍ଡ ମୁକ୍ତ ଅଞ୍ଚଳ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖାଯାଉଥିଲା ବେଳେ ଏହାକୁ ଖାତିର କରୁ ନାହାଁନ୍ତି ଶିକ୍ଷକ। ଛାତ୍ରଛାତ୍ରୀମାନଙ୍କୁ ହସାଇ ଖେଳାଇ ପାଠ ପଢାଇବାକୁ ନିର୍ଦ୍ଦେଶ ଥିଲାବେଳେ ସାମାନ୍ୟ କଥାକୁ ନେଇ କୋମଳମତି ଶିଶୁଙ୍କୁ ମାଡ ମରା ଯାଉଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର କେ ବରିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିତୀୟ ଶ୍ରେଣୀ ଛାତ୍ରୀ କାଜଲ୍ ପ୍ରସାଦ ଶିକ୍ଷକଙ୍କ ବେତ ମାଡରେ ଘାଇଲା ହୋଇଥିବା ଭଳି ଘଟଣା ସାମ୍ମାକୁ ଆସିଛି। ବିଦ୍ୟାଳୟର ଦିତୀୟ ଶ୍ରେଣୀ ଶିକ୍ଷକ ଦେବବ୍ରତ ମାଝୀ କ୍ଲାସ ଚାଲିଥିବା ସମୟରେ ସେହି ଶ୍ରେଣୀର ଛାତ୍ରୀ କାଜଲ୍ ପ୍ରସାଦଙ୍କୁ ବେତରେ ହାତ ପାପୁଲିକୁ ପ୍ରହାର କରିବା ଫଳରେ କାଜଲ୍ କଂ ହାତ ପାପୁଲିରେ ରକ୍ତ ଜମାଟ ବାନ୍ଧିଥିବା ଏବଂ ସେ ବହୁତ କଷ୍ଟ ଅନୁଭବ କରୁଥିବା ନେଇ ତାଙ୍କ ପିତା ଶିଶିର ପ୍ରସାଦ ବେଗୁନିଆପଡ଼ା ବ୍ଳକ ଶିକ୍ଷା ଅଧିକାରୀ କମଳା କାନ୍ତ ସାହୁଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କୁ ଚିକିତ୍ସା ପାଇଁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଘଟଣାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ସ୍ଵୀକାର କରୁଥିବା ବେଳେ ଅଭିଯୁକ୍ତ ଶିକ୍ଷକ ଏଡାଇ ଦେଇଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ବିଭାଗୀୟ ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି ହୋଇଛି।