Odiapua.com

ଶିକ୍ଷକଙ୍କ ନାମରେ ଦଳିତ ମହିଳାଙ୍କ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର(ଚାଙ୍ଗୁଆ) ଗ୍ରାମର ଜନୈକ ଦଳିତ ମହିଳା ଗ୍ରାମବାସୀ ଶିକ୍ଷକ ପ୍ରମୋଦ କୁମାର ସାମଲଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ଥାନାରେ ୮/୨୨ ନଂ ମାମଲା ଗତକାଲି ସନ୍ଧ୍ୟାରେ ପ୍ରମୋଦଙ୍କ ନାମରେ ଋଜୁ ହୋଇଛି । ବିବରଣୀରୁ ପ୍ରକାଶ ଯେ ଅଭିଯୋଗକାରିଣୀଙ୍କ ନାମରେ ଆବାସଗୃହ କାର୍ଯ୍ୟାଦେଶ ମଳିଥିଲା । ଏହି ଖବର ପାଇ ପ୍ରମୋଦ ମହିଳାଙ୍କୁ ଗୃହନିର୍ମାଣ ସହାୟତା କରିବା ପ୍ରଲୋଭନ ଦେଖାଇ ଘରକୁ ଯିବାଆସିବା କରିବାକୁ ଲାଗିଥିଲା । ଘରେ ଏକାକୀ ଥିବା ସୁଯୋଗ ନେଇ ପ୍ରଥମେ ଗତ ଅଗଷ୍ଟ ୨୪ ତାରିଖ ରାତ୍ରରେ ପ୍ରମୋଦ ଅଭିଯୋଗକାରିଣୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବା ସହ ଏହାର ଚିତ୍ର ଉତ୍ତୋଳନ କରିଥିଲା । ଚିତ୍ରକୁ ବ୍ୟବହାର କରି ପ୍ରମୋଦ ମହିଳାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରକ୍ଷାକରିଥିଲା ଓ ମୋବାଇଲକୁ ଅଶ୍ଳିଳ ଫଟୋ ପଠାଉଥିଲା । ଏଥିରେ ଅତିଷ୍ଠ ହୋଇ ମହିଳାଜଣକ ସ୍ୱାମୀକୁ ଜଣାଇଥିଲା । ଏହା ଜାଣି ଗତ ୮ ତାରିଖ ସନ୍ଧ୍ୟା ସମୟରେ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଟଣାଓଟରା କରି ଜାତିଆଣ ଆକ୍ଷେପ କରିଥିଲା । ଗତ ୧୦ ତାରିଖରେ ମହିଳା ଅଭିଯୋଗ କରିବାରୁ ଥାନାରେ ମାମଲା ଋଜୁ ହୋଇଥିଲା ।