Odiapua.com

ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଓ ପୂଜା ଅଗ୍ରିମ ଟଙ୍କା ନପାଇବା ପ୍ରସଙ୍ଗ । ଶିକ୍ଷକ ନେତାଙ୍କ ଚଂଚକତା ପଦାକୁ ଆସିଲା ।

କଳାହାଣ୍ଡି- ୧୧/୧୧/୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ସାରା ଶିକ୍ଷକ ମାନେ ଗତ ଅକ୍ଟୋବର ମାସର ଦରମା ଓ ଦଶହରା ପୂଜା ଅଗ୍ରିମ ଟଙ୍କା ପାଇସାରିଥିବା ବେଳେ କେବଳ ଜୁନାଗଡ ବ୍ଲକରେ କାର୍ଯ୍ୟରତ ପା୍ରଥମିକ ଶିକ୍ଷକ ମାନେ ପାଇପାରିନାହାନ୍ତି ବୋଲି ଶିକ୍ଷକ ସଂଘ ନେତା ସରୋଜ ପଣ୍ଡା ଗତ ଦୀପାବଳୀ ୦୭.୧୧.୨୦୧୮ ବୁଧବାର ଦିନ ସଂଘୀୟ ପ୍ୟାଡରେ ଲିଖିତ ଭାବେ ଗଣମାଧ୍ୟମକୁ ଜଣାଇଥିବା ଆଲୋଚନା ହେବାରେ ଲାଗିଛି । ଏପରିକି ନୂତନ ଭାବେ ଶିକ୍ଷକ ନିଯୁକ୍ତି ପାଇ ରେଗୁଲାର ହୋଇଥିବା ଶିକ୍ଷକ ମାନଙ୍କ ଦରମା ବିଲ ଜୁନାଗଡ ଟ୍ରେଜରୀ ଅଫିସରେ ଦାଖଲ ହେବା ସତ୍ୱେ ମଂଜୁର ହୋଇନଥିବା ଏବଂ ଟ୍ରେଜରୀ କର୍ମଚାରୀ ଦୁର୍ବ୍ୟବହାର ଦେଖାଇବା ସହିତ ଲାଂଚନେବା ମନୋବୃତି ରଖି ବିଭିନ୍ନ ବାହାନା ଦେଖାଉଥିବା ବିଷୟ ସଂପୃକ୍ତ ଶିକ୍ଷକ ନେତା ଲେଖିଥିବା ଜଣାପଡିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସଂପୃକ୍ତ ଶିକ୍ଷକ ନେତା ଶିକ୍ଷକ ମାନଙ୍କ ବିଭିନ୍ନ ଗୃପକୁ ସୋସିଆଲ ମିଡିଆରେ ପଠାଉଥିବା ଚର୍ଚ୍ଚା ହେଉଥିବା ଜଣାପଡିଛି । ଏସଂପର୍କରେ ଜୁନାଗଡ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ବିଲ ପ୍ରସ୍ତୃତ କରିବା ଦାୟୀତ୍ୱରେ ଥିବା ମୂଖ୍ୟ କିରାଣୀ କୌଣସି ସଠିକ ତଥ୍ୟ ଉପସ୍ଥାପନ କରିପାରିନାହାନ୍ତି । ବିଇଓଙ୍କ କାର୍ଯ୍ୟାଳୟରେ ବିଲ ପ୍ରସ୍ତୃତ ହେବାପରେ ଡ୍ରଇଂ ଅଫିସର ଭାବେ ବିଇଓ ଙ୍କ ସ୍ୱାକ୍ଷର କରାଯାଇ ଜନୈକ କର୍ମଚାରୀଙ୍କୁ ବିଲ ର ଅଥୋରାଇଜେସନ କରାଯାଇ ଡ୍ରୟାଲ ବୁକ ମାଧ୍ୟମରେ ସଂପୃକ୍ତ ଅଥୋରାଇଜ କର୍ମଚାରୀ ଟ୍ରେଜରୀ ଅଫିସରେ ଦାଖଲ କରିବା ସହିତ ବିଲ ସଂକ୍ରାନ୍ତୀୟ ସମସ୍ତ ଲେଖା ଓ କାଗଜାତ ଇତ୍ୟାଦି ବୁଝାଶୁଝା କରିଥାନ୍ତି ବୋଲି ବିଇଓ କର୍ମଚାରୀ ମାନଙ୍କ ସୂତ୍ରରୁ ପ୍ରକାଶ ।
ଅନ୍ୟ ପକ୍ଷରେ ବିଇଓଙ୍କ କାର୍ଯ୍ୟାଳୟର ବିଲଗୁଡିକରେ ଅଥୋରାଇଜେସନ ପ୍ରାପ୍ତ ବିଇଓ ଅଫିସ କର୍ମଚାରୀ ଅଭିମନୁ୍ୟ ସିଂ ଦୀର୍ଘ ଦିନରୁ ଟ୍ରେଜରୀ ଅଫିସକୁ ବିଲ ସଂକ୍ରାନ୍ତୀୟ ଯୋଗାଯୋଗ ପାଇଁ ଆସୁଥିଲେହେଁ କେବେ ମଧ୍ୟ ଟ୍ରେଜରୀ ଅଫିସ କର୍ମଚାରୀ ଦୁର୍ବ୍ୟବହାର କରିନାହାନ୍ତି କିମ୍ବା କେବେ ହେଲେ ଲାଂଚ ନେବା ପାଇଁ ବାହାନା କରିନାହାନ୍ତି ବୋଲି ଗଣମାଧ୍ୟମକୁ କ୍ୟାମେରା ସାମନାରେ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ଯଦିଓ ବିଇଓ ଅଫିସ ବିଲ ଗୁଡିକର କ୍ଷମତା ପ୍ରାପ୍ତ କର୍ମଚାରୀଙ୍କୁ କେବେ ହେଲେ ଟ୍ରେଜରୀ ଅଫିସ କର୍ମଚାରୀ ଦୁର୍ବ୍ୟବହାର କରିନାହାନ୍ତି କିମ୍ବା କେବେ ହେଲେ ଲାଂଚ ନେବା ପାଇଁ ବାହାନା କରିନାହାନ୍ତି ତେବେ ଶିକ୍ଷକ ନେତା ସରୋଜ ପଣ୍ଡା କିପରି ଭାବେ ଏଭଲି ସଙ୍ଗୀନ ଅଭିଯୋଗ ସଂଘୀୟ ପ୍ୟାଡରେ ଲିଖିତ ଭାବେ କଲେ ତାହା ମୂଖ୍ୟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।
ଏସଂପର୍କରେ ସତ୍ୟାସତ୍ୟ ଜାଣିବା ପାଇଁ ଟ୍ରେଜରୀ ଅଫିସ ସହ ଯୋଗାଯୋଗ କରିବାରୁ ଜୁନାଗଡ ବିଇଓ ଅଫିସ ରୁ ଗତ ସୋମବାର ୦୫.୧୧.୨୦୧୮ ପ୍ରାୟ ୩.୩୦. ଓ ୪ ଘଂଟା ସମୟରେ ୧୯ ଗୋଟି ବିଲ ସହ ଡ୍ରୟଲ ବୁକ ଦାଖଲ କରାଯାଇଥିବା ବେଳେ ଆରଦିନ ୦୬.୧୧.୨୦୧୮ ଅନଲାଇନ ଖୋଲିବା ପରେ ସେଗୁଡିକ ଅପଲୋଡ କରାଯାଇ ପ୍ରାୟ ସମସ୍ତ ବିଲ ସେହିଦିନହିଁ ପାଶ କରାଯାଇଥିବା ବେଳେ ଏନପିଏସ ଯୋଜନାରେ ନୂତନ ଭାବେ ଚାକିରୀ କରିଥିବା ଶିକ୍ଷକ ମାନଙ୍କ ଦରମା ବିଲ ଯେହେତୁ ଏନପିଏସ ଡିଡକସନ ହୋଇନଥିଲା ତେଣୁ ସେହି ବିଲ ପାଶ କରାନଯାଇ ଏନପିଏସ ସଂକ୍ରାନ୍ତୀୟ କାଗଜାତ ଦାଖଲ କରିଦେଲେ ବିଲ ପାଶ କରିଦେବାକୁ ରଖାଯାଇଥିଲା ଏବଂ ଗତ ୦୮.୧୧.୨୦୧୮ ସୁଦ୍ଧା ବିଇଓ ଅଫିସ ତରଫରୁ କୌଣସି ପ୍ରକାର କାଗଜାତ ଦାଖଲ କରିନଥିଲେ ହେଁ ମାନବିକତା ଦୃଷ୍ଟିରୁ ସେହି ଦରମା ବିଲଟିକୁ ପାଶ କରିଦେଇଥିବା ପ୍ରକାଶ ।
ଏଠାରେ ସୂଚନା ଯୋଗ୍ୟ ଯେ, ପେନସନ ଯୋଗ୍ୟ ବିଭାଗ ଗୁଡିକରେ ଗତ ୦୧.୦୧.୨୦୦୫ ପରଠାରୁ ନିଯୁକ୍ତି ପ୍ରାପ୍ତ ସମସ୍ତ କର୍ମଚାରୀ ମାନଙ୍କୁ ନୂତନ ଭାବେ ସହଯୋଗ ଭିତିକ ପେନସନ ଯୋଜନା (ଏନପିଏସ) ଲାଗୁ କରିବା ପାଇଁ ଅର୍ଥ ବିଭାଗ ବିଜ୍ଞାପନ ୪୪୪୫ ତା ୧୭.୦୯.୨୦୦୫ ତଥା ନୂତନ ଭାବେ ନିଯୁକ୍ତି ପା୍ରପ୍ତ କର୍ମଚାରୀଙ୍କ ଦ୍ୱୀତିୟ ମାସ ଠାରୁ ସଂପୃକ୍ତ କର୍ମଚାରୀଙ୍କ ସହଯୋଗ ରାଶି ଦରମା ବିଲରୁ କାଟି ରଖିବା ପାଇଁ ଅର୍ଥ ବିଭାଗ ପତ୍ର ୩୦୧୩୨/ତା. ୧୭.୦୯.୨୦୦୫ ଏବଂ ବିଭିନ୍ନ ବିଭାଗ ତରଫରୁ ଏନପିସ ସହଯୋଗ ରାଶି ଦରମା ବିଲରୁ କାଟି ରଖୂନଥିବା ହେତୁ ଅର୍ଥ ବିଭାଗ ପତ୍ର ୩୬୯୫/ତା ୦୭.୦୨.୨୦୧୫ ଯୋଗେ ସମସ୍ତ ବିଭାଗୀୟ ମୂଖ୍ୟ ମାନଙ୍କ ପାଖକୁ ଜଣାଇ ସଂପୃକ୍ତ ଡ୍ରଇଂ ଡିସବର୍ସିଂ ଅଧିକାରୀ ମାନଙ୍କୁ କଡା ନିଦେ୍ର୍ଦଶ ଦେବା ପାଇଁ ସରକାର ଜଣାଇଦେଇଥିଲେ । ଏହି ସବୁ ସରକାରୀ ନିଦେ୍ର୍ଦଶାନାମାର କପିସବୁ ସ୍ୱତନ୍ତ୍ର ଭାବେ ଜୁନାଗଡ ଟ୍ରେଜରୀ ପକ୍ଷରୁ ିଇଓ ସମେତ ସମସ୍ତ ଡିଡିଓ ଙ୍କ ପାଖକୁ ପତ୍ରାଙ୍କ ୨୬୪ ତା ୦୯.୧୦.୨୦୧୮ ମାଧ୍ୟମରେ ଜଣାଇଦିଆଯାଇଥିବା ପ୍ରକାଶ । ଏପରିକି ଏନପିଏସ ଯୋଜନାରେ ସମସ୍ତ ନୂତନ କର୍ମଚାରୀ ମାନଙ୍କ ସହଯୋଗ ରାଶି କାଟି ରଖିବା ପାଇଁ ଟ୍ରେଜରୀ ନିଦେ୍ର୍ଦଶାଳୟ ପତ୍ର ୧୨୧୮୫/ତା ୨୩.୧୦.୨୦୧୮ ଦ୍ୱାରା ସମସ୍ତ ଟ୍ରେଜରୀ ଅଧିକାରୀ ମାନଙ୍କୁ କଡା ନିଦେ୍ର୍ଦଶ ଦିଆଯାଇଥିବା ପ୍ରକାଶ । ଏହି ଏନପିଏସ ଯୋଜନା ସଂପୃକ୍ତ କର୍ମଚାରୀଙ୍କ ବ୍ୟକ୍ତିଗତ ଭବିଷ୍ୟତ ମଙ୍ଗଳ ଯୋଜନା ଏବଂ ଯୋଉଁ କର୍ମଚାରୀଙ୍କ ପ୍ରାନ ନମ୍ବରରେ ଏନପିଏସ ଦେୟ ପଇଠ ହୋଇନଥିବା ସେହି କର୍ମଚାରୀ ନୂତନ ପେନସନ ଯୋଜନା ପାଇବାରୁ ବଂଚିତ ମଧ୍ୟ ହୋଇପାରେ । ଟ୍ରେଜରୀରେ ବିଲ ସବୁର ସମସ୍ତ ହିସାବ କିତାବ ଅନଲାଇନରେ ଓ ପାଶବୁକ ମାଧ୍ୟମରେ କରାଯାଉଥିବା ହେତୁ କୌଣସି ପ୍ରକାର ଏପଟସେପଟ ହେବାର ପ୍ରଶ୍ନ ହିଁ ଉଠୁନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇବାରେ ଲାଗିଛି ।
ଏଭଲି ସରକାରୀ ନିଦେ୍ର୍ଦଶାନାମାକୁ ଜୁନାଗଡ ବିଇଓ ଅଫୀସ ଖୋଲାଖୋଲି ଉଲ୍ଲଂନ କରି ନୂତନ ଶିକ୍ଷକ ମାନଙ୍କୁ ଏନପିସ ଯୋଜନାରେ ସାମିଲ କରୁନଥିବା ବେଳେ ବିଲ ପାଶ କରିବା ପାଇଁ ଶିକ୍ଷକ ନେତା ଟ୍ରେଜରୀ ଅଫିସରେ ବିଭିନ୍ନ ଚାପ ପ୍ରୟୋଗ କରୁଥିବା ଘଟଣା ସାମନାକୁ ଆସିଛି । ସୂଚନା ଯୋଗ୍ୟ ଯେ, ସଂପୃକ୍ତ ଶିକ୍ଷକ ନେତା ଓ ବିଇଓ ଅଫିସର ଜନୈକ କିରାଣି ମିଶି ଶିକ୍ଷକ ମାନଙ୍କ ବଦଳି ତାଲିକା ପ୍ରସ୍ତୃତ କରୁଥିବା ଏବଂ ବିଇଓଙ୍କୁ ବିଭିନ୍ନ ରାଜନୈତିକ ଚାପ ପ୍ରୟୋଗ କରି ନିଜ ମନମୁତାବକ କାର୍ଯ୍ୟ ହାସଲ କରାଇନେଉଥିବା ଅନେକ ଅଭିଯୋଗ ସେତେବେଳେ ବିଭୀନ୍ନ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିଲା । ସଂପୃକ୍ତ ଶିକ୍ଷକ ନେତା ମୁଷ୍ଠିମେୟ ଶିକ୍ଷକ ମାନଙ୍କୁ ଧରି ଅଗଣତାନ୍ତ୍ରିକ ଉପାୟରେ ନିଜେ ନିଜେ ଶିକ୍ଷକ ନେତା ହୋଇଯାଇ ସଂଘ ନାମରେ ଯଥେଷ୍ଟ ହାତଗୁଂଜା ନେଇ ଶିକ୍ଷକ ମାନଙ୍କ ଏରିଅର, ଜିପିଏଫ ତଥା ଅନ୍ୟାନ୍ୟ ଆଡଭାନ୍ସ, ବିଭିନ୍ନ ପ୍ରକାର ଛୁଟି ଇତ୍ୟାଦି ମଂଜୁର କରିବାକୁ ବିଇଓ ଅଫିସରେ ଚାପ ପ୍ରୟୋଗ କରୁଥିବା ଶିକ୍ଷକ ମହଲରେ ଚର୍ଚ୍ଚା ହୋଇଥାଏ । ଏହା ଯଦି ସତ୍ୟ ହୋଇଥାଏ ତେବେ ଟ୍ରେଜରୀ ଅଫିସ ନାମରେ ମଧ୍ୟ ଶିକ୍ଷକ ମାନଙ୍କ ଠାରୁ ହାତ ଚିକ୍କଣ କରି ସରକାରୀ ନିୟମାନୁଯାୟୀ ବିଲ ପାଶ ନହେବାରୁ ନିଜସ୍ୱ ଲାଭ ହାନି ହେବା ନେଇ ଉତକ୍ଷିପ୍ତ ହୋଇ ଟ୍ରେଜରୀ ବିରୁଦ୍ଧରେ ଅବାନ୍ତର ଅଭିଯୋଗ ଗଣମାଧ୍ୟମକୁ ଦେଇଥିବା ଚର୍ଚ୍ଚା ହେଉଛି ।
ଅନ୍ୟ ପକ୍ଷରେ ସ୍କୁଲ ସମୟରେ ପିଲାଙ୍କୁ ପାଠ ପଢାଇବା ଛାଡି ଅନ୍ୟତ୍ର ଯାଉଛନ୍ତି କାହିଁକି ବୋଲି ମଧ୍ୟ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି । ଏହାଛଡା ଅତୀତରେ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଯେଉଁ ସ୍କୁଲରେ ନୂତନ କୋଠା ନିର୍ମାଣ ହେବାକୁ ଥିବ ସେହି ସ୍କୁଲକୁ ଶିକ୍ଷକ ନେତା ଭାବେ ଚାପ ପକାଇ ଡେପୁଟେସନ କରାଇ ନେଇ ଅନେକ ସ୍କୁଲ ଘର ନିର୍ମାଣ କରିଥିବା ବିଷୟ ମଧ୍ୟ ଶିକ୍ଷକ ମହଲରେ ଆଲୋଚନା ହେଉଛି । ସରକାରୀ ନିୟମକାନୁନ କୁ ଉଲ୍ଲଂଘନ କରି ମଧ୍ୟ ସରକାରୀ ଅଫିସ ସବୁ ଶିକ୍ଷକ ନେତା ଦ୍ୱାରା ପରିଚାଲନା ହେଉ ବୋଲି ଚାହୁଁଥିବା ଏହି ଶିକ୍ଷକ ନେତା ଅତୀତରେ ଏକ ରାଜନୈତିକ ଦଳୀୟ ପତାକା ଧରି ନିର୍ବାଚନୀ ପ୍ରଚାର ସଭା ଆୟୋଜନ କରିଥିବା ମଧ୍ୟ ଆଲୋଚନା ହୁଏ । ଏହା ସହିତ ଯେକୌଣସି ଶିକ୍ଷକ ନେତା ଭାବେ ରାଜନୈତିକ ଦଳୀୟ ହେଉକି ଯାହା ହେଉ ନେତାଙ୍କ ପାଖେ ପାଖେ ରହିବାକୁ ପସନ୍ଦ କରୁଥିବା ିଷୟ ମଧ୍ୟ ଆଲୋଚନା ହୁଏ ।
ଓଡିଶା ସରକାରୀ କମଚାରୀ ଙ୍କ ପାଇଁ ଥିବା କଣ୍ଡକ୍ଟ ରୁଲ ୧୯୫୯ ଯେକୌଣସି ସରକାରୀ କର୍ମଚାରୀ ଗଣମାଧ୍ୟମ ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ସଂପର୍କ ରକ୍ଷା ପାଇ ଲକ୍ଷ୍ମଣ ରେଖା ଧାର୍ଯ୍ୟ କରିଥିବା ଜଣାପଡିଛି । କୌଣସି କର୍ମଚାରୀ ନିଜ ନାମରେ ହେଉ କି ବେନାମୀ ହେଉ କି ଅନ୍ୟ କାହା ନାମରେ ହେଉ ଗଣମାଧ୍ୟମକୁ କୌଣସି ପ୍ରକାର ଲେଖା ଦେଇପାରିବେ ନାହିଁ , ସେଥିପାଇଁ ଅନୁମତି ନେବାକୁ ପଡିବ ବୋଲି ଧାରା ୬ (!!) ରେ ଉଲ୍ଲେଖ ଥିବା ବେଳେ କାହାର ନୈତିକତା ଉପରେ ଆଂଚ ଆଣିଲେ ଧାରା ୩ ଅନୁସାରେ ଦଣ୍ଡିତ ହେବାର ନିୟମ ଥିବା ଜଣାପଡିଛି । ଏପରି ସ୍ଥଳେ ଶିକ୍ଷକ ନେତା ସରୋଜ ପଣ୍ଡା ନିଜର ଔଦ୍ଧତ୍ୟତାର ପରିଚୟ ଦେଇ ଓଡିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ ୧୯୫୯ କୁ ଖୋଲା ଖୋଲି ବେଖାତିର କରୁଥିବା ଶିକ୍ଷା ବିଭାଗ ପ୍ରତି ଏକ ବିପମ୍ବନା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଏସପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ, ଭିଜିଲାନ୍ସ ବିଭାଗ ତଥା କଳାହାଣ୍ଡି ଜିଲ୍ଲାପାଳ ପ୍ରତୂକ୍ଷ ଦୃଷ୍ଟି ଦେଲେ ଶିକ୍ଷା ବିଭାଗରେ ହେଉଥିବା ଅନିୟମିତତା ଦୂର ହୋଇ ଏକ ସୁସ୍ଥ ପରଂପରା ସୃଷ୍ଟି ହୋଇପାରିବ ବୋଲି ସାଦାରଣରେ ମତ ପ୍ରକାଶ ପାଇବାରେ ଲାଗିଛି ।