Odiapua.com

ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା ପାଇଁ ଶିକ୍ଷକ ସଂଘର ଦାବି

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ କରୋନା ମହାମାରୀ ସମୟରେ କରୋନା ବିରୋଧରେ ଲଢିବା ପାଇଁ ଏକ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ ହୋଇଛି । ଯେଉଁଥିରେ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନେ ଆଗଧାଡିର ଯୋଦ୍ଧା ସାଜିଥିବାବେଳେ ଓଡ଼ିଶାର ଶିକ୍ଷକମାନେ ପ୍ରମୁଖ ଯୋଦ୍ଧା ଭାବେ ଅବତୀର୍ଣ୍ଣ ହୋଇଛନ୍ତି । ରାଜ୍ୟର ସୀମାବର୍ତ୍ତୀ ଅଂଚଳରେ ସୀମା ଜଗିବା ଠୁ ଆରମ୍ଭ କରି ଶ୍ମଶାନରେ ଡ୍ୟୁଟି କରିବା ସହ ବିଭିନ୍ନ ରେଳଷେ୍‌ଟସନରେ ୨୪ ଘଣ୍ଟା କୋଭିଡ୍ ଡ୍ୟୁଟି କରୁଛନ୍ତି । ପ୍ରତିଦିନ ଅନେକ ଶିକ୍ଷକଙ୍କୁ କରୋନା ଡ୍ୟୁଟି ଯୋଗୁଁ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅନେକଙ୍କର ମୃତ୍ୟୁ ଖବର ମଧ୍ୟ ହସ୍ତଗତ ହେଉଅଛି । ଯାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଏ ସଂକ୍ରାନ୍ତରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ସଂପାଦକ ହାଜି ତବରେଜ ଖାନ୍‌, ଭଦ୍ରକ ଜିଲା ସଭାପତି ଅରବିନ୍ଦ ଦୀକ୍ଷିତ୍‌, ଜିଲା ଶିକ୍ଷକ ନେତା ଜାବେଦ ଅଖତର, ଶିକ୍ଷାବିତ୍ ତଥା ନାରୀନେତ୍ରୀ ତାହେରା ଖାତୁନ ପ୍ରମୁଖ ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯାଉ । ଏବଂ ଏଥିସହ ସହ ଡ୍ୟୁଟି ସମୟରେ ମାସ୍କ, ସାନିଟାଇଜର ଓ ପିପିଇ କିଟ୍ ପ୍ରଦାନ କରିବା ପାଇଁ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ସଚିବ, ଗଣଶିକ୍ଷା ସଚିବ ଓ ଭଦ୍ରକ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି ।