Odiapua.com

ଶାହାରୁକ୍ ଖାନଙ୍କୁ ଗୁଳି କରି ହତ୍ୟା!

ଭୁବନେଶ୍ୱର/ବୈଶାଳୀ;୯,ଫ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ବିହାରର ବୈଶାଳୀ ଅନ୍ତର୍ଗତ ମହାତ୍ମା ଗାନ୍ଧୀ ସେତୁ ଉପରେ ଶାହାରୁକ୍ ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଛି।ମୃତ ଶାହାରୁକ୍ ମହାତ୍ମା ଗାନ୍ଧୀ ସେତୁ ଜୀର୍ଣ୍ଣଦ୍ୱାର କାମର ଷ୍ଟୋର କିପର ଥିଲେ।ଏଫକୋନ୍ସ ନାମକ ଏକ ଘରୋଇ କମ୍ପାନୀ ଜୀର୍ଣ୍ଣଦ୍ୱାର କାମର ଟେଣ୍ଡର ନେଇଛି।ଶାହାରୁକ୍ ସେଠାରେ ଷ୍ଟୋର କିପର ଭାବରେ କାର୍ଯ୍ୟରତ ଥିଲେ ଏବଂ କାମ ସାରି କ୍ୟାମ୍ପରୁ ଫେରୁଥିବା ସମୟରେ ଅଜଣା ଦୁର୍ବୁତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ ଆରମ୍ଭ କରି ଦେଇଛି।