Odiapua.com

ଶାସଙ୍ଗ ହାଇସ୍କୁଲରେ ସ୍ୱାଧିନତା ଦିବସ ପାଳିତ

ହାଟଡ଼ିହି, ୧୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ଜାତୀୟ ପତାକା ଉତ୍ତୋଳନ କରି କରୋନା ଲଢ଼େଇରେ ସମଗ୍ର ବିଶ୍ୱ ଏବେ କବଳିତ ଥିବାବେଳେ ଏହାକୁ ପ୍ରତିହତ କରିବାପାଇଁ ସମସ୍ତେ ମାସ୍କ ବ୍ୟବହାର ସହିତ ସାମାଜିକ ଦୁରତାକୁ ବଜାୟ ରଖିବାପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିଶ୍ୱାଳ, ପୁର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ, ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ନବ କିଶୋର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ,ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ପର୍ଶୁରାମ ନାୟକ, ରମେଶ ଚନ୍ଦ୍ର ନାୟକ, ସତ୍ୟଭ୍ରତ ବିଶ୍ୱାଳ, ପିଇଓ କୋଦଣ୍ଡଧର ପଣ୍ଡା, ଜିଆରଏସ ସବିତା ରାଉତଙ୍କ ସମେତ ଅନେକ ଅଭିଭାବକ ଯୋଗଦେଇଥିଲେ ।