Odiapua.com

ଶାସଙ୍ଗ ହାଇସ୍କୁଲରେ ପିତାମାତା ବୈଠକ

ହାଟଡ଼ିହି, ୧୩ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ପିତାମାତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣଶିକ୍ଷା ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାଇ ୨୦୨୧ ବାର୍ଷିକ ପରୀକ୍ଷା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ନେଇ ହୋଇଥିବା ଏହି ବୈଠକରେ ବିଦ୍ୟାଳୟ ଖୋଲାଯିବା ଦ୍ୱାରା ଅଭିଭାବକମାନେ ଖୁସିବ୍ୟକ୍ତ କରିଥିଲେ । ସେମାନଙ୍କର ପୁଅଝିଅ ମାନେ ସିଧାସଳଖ ବିଷୟ ଶିକ୍ଷକଙ୍କ ସଂଷ୍ପର୍ଶରେ ଆସିବାରୁ ବିଷୟରେ ଥିବା ଅସୁବିଧା ଗୁଡିକୁ ଦୁରକରିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ବୈଠକରେ ମତ ରଖିଥିଲେ । ମାସେ ପରେ ପୁନର୍ବାର ପିତାମାତାଙ୍କ ବୈଠକ ଡାକିବାପାଇଁ ସେମାନେ ମତରଖିବା ସହ ସରକାରଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରିଥିଲେ । ଏହି ବୈଠକରେ ନାରାୟଣ ସାହାଣି, ସୁଦର୍ଶନ ରାଉତ, ସରୋଜ ଚକ୍ର, ବଳରାମ ବିଶ୍ୱାଳ, କନକଲତା ସାହୁ, ବାସୁଦେବ ଜେନା, ପୁର୍ଣ୍ଣଚନ୍ଦ୍ର ସାହୁ, ରବିନ୍ଦ୍ର ବେହେରାଙ୍କ ସମେତ ୫୧ଜଣ ପିତା ମାତା ଯୋଗଦେଇଥିଲେ । ଏହି ବୈଠକରେ ସିଆରସିସି ଅକ୍ଷୟ ଖଟୁଆ, ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ ।