Odiapua.com

ଶାସଙ୍ଗ ପଞ୍ଚାୟତରେ ସ୍ୱାଧିନତା ଦିବସ ପାଳିତ

ହାଟଡ଼ିହି, ୧୫ । ୮(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ନିରାଡମ୍ବର ଭାବେ ଅନୁଷ୍ଠିତ ଏହି ସ୍ୱାଧିନତା ଦିବସରେ ସରପଞ୍ଚ ବିମ୍ବାଧର ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଶିକ୍ଷକ ତଥା ୱାର୍ଡସଭ୍ୟସଭ୍ୟା ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଉତ୍ସବରେ ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ନବ କିଶୋର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ପିଇଓ କୋଦଣ୍ଡଧର ପଣ୍ଡା, ଜିଆରଏସ ସବିତା ରାଉତ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ, ପୁର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ, ୱାର୍ଡସଭ୍ୟ ଗଣନାଥ ଦେହୁରୀ, ବିଦ୍ୟୁତଲତା ଦାସ, ପ୍ରହଲାଦ ଦାସ, ଚଞ୍ଚଳା ଯେନା, କାଞ୍ଚନ ଯେନା, ଅର୍ଜୁନ ଜେନା, ରବିନ୍ଦ୍ର ପାତ୍ର, ରବିନ୍ଦ୍ର କୁମାର ଯେନା, ସୁନିଲ କୁମାର ଯେନା, ପ୍ରମୋଦ ସ୍ୱାଇଁ, ପ୍ରମୋଦ ଜେନା, ଟୁକୁ ନାୟକ, ଭାଗିରଥି ଦାସଙ୍କ ସମେତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମକତ୍ତା ଉପସ୍ଥିତ ଥିଲେ ।