Odiapua.com

ଶାସକ ଦଳର ଗୁଣ୍ଡାରାଜକୁ ଦମନ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପାଖରେ ଦାବି କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର ମଧ୍ୟର ବିଧାୟକ ପାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ଶାସକ ବିଜୁ ଜନତା ଦଳର ଗୁଣ୍ଡାମାନେଆକ୍ରମଣ କରିବା ପ୍ରସଙ୍ଗରେ

ଭୁବନେଶ୍ୱର, ୨୧/୦୪ (ଓଡ଼ିଆ ପୁଅ) : ଆଜି ସଂଧ୍ୟାରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳିର ବିଧାୟକ ପାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ଶାସକ ଦଳର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଜଗନ୍ନାଥଙ୍କ ଗାଡି ଉପରେ ଶାସକ ଦଳର ଗୁଣ୍ଡା ମାନେ ବୋମାମାଡ କରିବା ସହ ଢେଲାମାଡ କରିଛନ୍ତି। ସମଗ୍ର ରାଜ୍ୟରେ ଶାସକ ବିଜୁ ଜନତା ଦଳ କ୍ରମାଗତ ଭାବେ ଏପରି ହିଂସାର ବାତାବରଣ ସୃଷ୍ଟି କରିବା ସହ ବିଜେପିର ପାର୍ଥୀମାନଙ୍କୁ ଆକ୍ରମଣ କରୁଛନ୍ତି। କେବଳ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳିରେ ଶାସକ ଦଳ ଦ୍ୱାରା ଏକ ହତ୍ୟାକାଣ୍ଡ ସହ ସଂଖ୍ୟାଧିକ ଥର ବୋମାମାଡ, ଢେଲାମାଡ ହୋଇଛି। ଏପରି ସ୍ଥିତିରେ ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳି କଥା ନକହିବା ଭଲ। ଶାସକ ଦଳର ଏହି ତାଲିବାନି ଗୁଣ୍ଡାରାଜକୁ ଦମନ କରିବା ସହ ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପାଖରେ ଦାବି କରିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପାଖରେ ବିଜୁ ଜନତା ଦଳର ଗୁଣ୍ଡାରାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନେକ ଥର ଅନୁରୋଧ କରାଯାଇଥିଲା। ହେଲେ ମୁଖ୍ୟ ନିର୍ବାଚନ ଅଧିକାରି ଶାସକ ଦଳକୁ ସୁହାଇଲା ଭଳି ସମସ୍ତ ଘଟଣାରେ ଚୁପ ରହିଛନ୍ତି। ଯାହାର ପରିଣାମରେ ଆଜି ରାଜ୍ୟରେ ନିର୍ବାଚନ ହଂସା ବଢିବାରେ ଲାଗିଛି। ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ଏ ନିରବତା ବିଜୁ ଜନତା ଦଳର ତୋଗଲକି ଆତଙ୍କି କାରବାରକୁ ବେଶି ପୋସ୍ତ୍ରାହନ ଦେଉଛି। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳିର ସମସ୍ତ ବୁଥକୁ ସମ୍ବେଦନଶିଳ ବୁଥ ଘୋଷଣା କରିବା ସହ ସମସ୍ତ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ, ପାର୍ଥୀମାନଙ୍କୁ ସୁରକ୍ଷା ଦିଆଯାଉ।

ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ଉପ ସଭାପତି ସମିର ମହାନ୍ତି, ଭୁବନେଶ୍ୱର ଲୋକସଭା ପାର୍ଥୀନି ଅପରାଜିତା ଷଡଙ୍ଗି, ମୁଖପାତ୍ର ଗୋଲକ ପହାପାତ୍ର, ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ଉପସ୍ଥିତ ଥିଲେ।