Odiapua.com

ଶାସକଦଳ ନେତା-ମନ୍ତ୍ରୀଙ୍କ ଅମାନବୀୟ ମନ୍ତବ୍ୟକୁ ବିରୋଧ ବିଜେପି ମହିଳା ମୋର୍ଚ୍ଚାର ମୌନ ଧାରଣା

ବାଲେଶ୍ୱର, ୩୦ା୧୦(ଓଡ଼ିଆ ପୁଅୟ/ଅଭୟ ଦାସ): ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ସମ୍ପର୍କରେ ଶାସକ ଦଳ ବିଜେଡିର ନେତା ଓ ମନ୍ତ୍ରୀଙ୍କ ଅମାନବୀୟ ମନ୍ତବ୍ୟ ପ୍ରଦାନ ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମୌନ ଗଣଧାରଣା ସ୍ଥାନୀୟ ଶହୀଦ ପାର୍କଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି କମଳା ବିନ୍ଧାଣୀ, ନଗର ମୋର୍ଚ୍ଚା ସଭାପତି ପିଙ୍କି ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ଶାସକ ଦଳ ମନ୍ତ୍ରୀ ଓ ନେତାଙ୍କ ଅମାନବିକତା ଆଚରଣ ଓ ଉଚ୍ଚାରଣକୁ ତୀବ୍ର ସମାଲୋଚନା କରିଥିଲେ। ନିଜ ଦଳୀୟ ମନ୍ତ୍ରୀ ଓ ନେତାଙ୍କ ଏଭଳି ଆଚରଣକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ପଦେ ହେଲେ କିଛି ନ କହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ନାରୀନେତ୍ରୀମାନେ ପ୍ରକାଶ କରିଛନ୍ତି। ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କୁ ଭଲ ପାଉଥିବା ବାଲେଶ୍ୱରବାସୀ ଏହାର ଉଚିତ ବିଚାର କରିବେ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ଚାନ୍ଦ, ସସ୍ମିତା ଦାସ, ଆଶାଲତା ବାଦୀ, ସୁସ୍ମିତା ପଣ୍ଡା, ତରୁଲତା ମହାନ୍ତିଙ୍କ ବହୁ ନାରୀନେତ୍ରୀ ଏଥିରେ ଉପସ୍ଥିତ ରହି ଗଣଧାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।