Odiapua.com

ଶାଶୁଘର ଲୋକେ ବୋହୂକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ପରେ ବିଷ ଦେଇ ହତ୍ୟା ଅଭିଯୋଗ

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଥମେ ବିବାହ ପରେ ମାନସିକ ଓ ଶାରୀରିକ ନିର୍ଯାତନା ଏବଂ ଶେଷରେ ବିଷ ଦେଇ କୌଶଳ କ୍ରମେ ବୋହୂକୁ ମାରି ଦେଇଛନ୍ତି ଶାଶୁ ଘର ଲୋକ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅଧିନସ୍ଥ ପାଳସାହି ଗ୍ରାମରୁ। ଏହି ଗ୍ରାମରେ ସରିତା ପରିଡା ଙ୍କୁ ଆଜିକୁ ୮ ବର୍ଷ ପୂର୍ବେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ହରିହରପୁର ଗ୍ରାମରେ ରାଜେନ୍ଦ୍ର ବାରିକ ବିବାହ କରିଥିଲେ। ବିବାହ ବେଳେ କନ୍ୟା ଘର ଲୋକ ମାନେ ଗରିବ ହୋଇଥିଲେ ସୁଦ୍ଧା ଧାର କରଜ କରି ନଗଦ ୫୦ ହଜାର ଟଙ୍କା ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଆସବାବପତ୍ର ଯୌତୁକ ଆକାରରେ ଦେଇଥିଲେ। କିନ୍ତୁ ଏତିକିରେ ଶାନ୍ତି ହୋଇ ନ ଥିଲେ ଶାଶୁ ଘର ଲୋକ। ତେଣୁ ଆଉ ୫୦ ହଜାର ଟଙ୍କା ଆଣିବା ପାଇଁ ସରିତା ଙ୍କ ଶାଶୁ ବାରମ୍ବାର ବାଧ୍ୟ କରୁଥିଲେ। ତେବେ ସରିତା ଙ୍କ ବାପ ଘର ଲୋକ ମାନେ ଗରିବ ହୋଇଥିବାରୁ ଆଉ ଅଧିକ ୫୦ ହଜାର ଟଙ୍କା ଦେବାକୁ ଅକ୍ଷମ ପ୍ରକାଶ କରିଥିଲେ। ତେଣୁ ତାଙ୍କ ଶାଶୁ ଶଶୁର ଏବଂ ସ୍ୱାମୀ ମିଶି ସରିତାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ତେବେ ପରବର୍ତୀ ସମୟ ରେ ସରିତା ଙ୍କ ଗୋଟିଏ ପରେ ଗୋଟିଏ ଦୁଇ ଗୋଟି ଝିଅ ହେବାରୁ ଶାଶୁ ଶଶୁର ଏବଂ ସ୍ୱାମୀ ବାରମ୍ବାର ଝିଅ ଜନ୍ମକୁ ନେଇ ମାନସିକ ନିର୍ଯାତନା ଦେବା ସହିତ ଅକଥନୀୟ ଶାରୀରିକ ନିର୍ଯାତନା ଦେଉଥିଲେ। ଝିଅ ପାଖରୁ ଖବର ବାପ ଘର ଲୋକ ମାନେ ଶାଶୁ ଘର କୁ ଯାଇ ବୁଝା ସୁଝା କରୁଥିଲେ ମଧ୍ୟ ସେମାନେ ଶୁଣୁ ନ ଥିଲେ। ଇତି ମଧ୍ୟରେ ସରିତା ଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା। ତାର ବୟସ ଏବେ ୧୧ ମାସ। ତେବେ ଅର୍ଥ ପିପାସୁ ଶାଶୁ ଘର ଲୋକ ଖୁସି ହେବେ କଣ ପୂର୍ବ ପରି ମାନସିକ ଶାରୀରିକ ନିର୍ଯାତନା ଦେବା ସହିତ ଖାଇବାକୁ ମଧ୍ୟ ଦେଉ ନ ଥିଲେ। କିନ୍ତୁ ସରିତା ନାମରେ ମହିଳା ଗ୍ରୁପ ରୂ ଋଣ ଆଣିବା ଓ ତା ନାମରେ ଇନ୍ସୁରାନ୍ସ କୌଶଳ କ୍ରମେ କରି ଥିଲେ ଶାଶୁ ଘର ଲୋକ। ଶେଷରେ ଆଜି କୁ ୧୫ ଦିନ ପୂର୍ବରୁ ଶାଶୁ ଘର ଲୋକ ମିଶି କୌଶଳ କ୍ରମେ ସରିତା ଙ୍କୁ ବିଷ ଦେଇ ମାରି ଦେବା ସହିତ ପାଇଖାନା ଭିତରେ ରଖି ଲୋକ ଙ୍କ ଆଖିରେ ଧୂଳି ଦେବା ପାଇଁ ମିଛ ରେ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସରିତା ଙ୍କ ୬ ବର୍ଷ ୫ ବର୍ଷ ର ଝିଅ ସହିତ ୧୧ ମାସର ପୁଅ ଏବେ ମା ଛେଉଣ୍ଡ ହୋଇ ଯାଇଛନ୍ତି। ମୃତ୍ୟୁ ସମୟ ରେ ସରିତା ଙ୍କ ଦେହ ରେ ବିଭିନ୍ନ ସ୍ଥାନରେ ଦାଗ ରହିଥିବା ଦେଖିଥିଲେ ବାପ ଘର ଲୋକ ମାନେ। ଏ ସମ୍ପର୍କ ରେ ମୃତ ସରିତା ଙ୍କ ମା ମଙ୍ଗଳପୁର ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ଚୁପ ବସିଛି। ତେଣୁ ସରିତା ଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ବାପ ଘର ଲୋକ ମାନେ ଥାନା ସମୁଖ ରେ ଧାରଣା ଦେଇଥିଲେ.କିନ୍ତୁ ବଡ଼ ଦୁଃଖ ର କଥା ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ଟାଳ ଟୁଲୁ ନୀତି ଅବଲମ୍ବନ କରୁଛି। ଯଦି ସରିତା ର ହତ୍ୟାକାରୀ ମାନଙ୍କୁ ଗିରଫ କରା ନ ଯାଏ ତେବେ ଥାନା ସମୁଖ ରେ ଆତ୍ମ ହତ୍ୟା କରିବେ ବୋଲି ମୃତ ସରିତା ଙ୍କ ମା ଦୁଃଖ ଓ କ୍ଷୋଭ ର ସହିତ କହିଛନ୍ତି। ତେବେ ଯୌତୁକ ପାଇଁ ଶାଶୁ ଘର ଲୋକ ମାନେ ଅତି ଅମାନୁଷିକ ଭାବେ ସରିତା ଙ୍କ ତିନି ଗୋଟି ଶିଶୁ ଥିବା ବେଳେ ଯେଭଳି କୌଶଳ କରି ମାରିଦେଲେ ତାହାକୁ ସମସ୍ତେ ନିନ୍ଦା କରିବା ସହିତ ଆସାମୀ ମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।଼