Odiapua.com

ଶାଶୁଘର ଲୋକଙ୍କ ନିର୍ଯାତନା ସହ୍ୟ ନ କରି ଵୋହୁ ରସି ଲଗାଇ ଆତ୍ମହତ୍ୟା : ଝିଅକୁ ମାରିଦିଆଯାଇଛି ବୋଲି ବାପାଙ୍କ ଅଭିଯୋଗ

ରାଜନଗର – ୧.୦୯ (ଓଡ଼ିଆ ପୁଅ/ସୁକାନ୍ତ ବେହେରା) ଆଜି ରାଜନଗର ଥାନା ଅନ୍ତର୍ଗତ କୋଇଲିପୁରୁ ପଞ୍ଚାୟତର ବଡକୋଟ ଗ୍ରାମରେ ଜଣେ କୁଳବଧୂ ଵେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଏକ ଦୁଃଖଦ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବରଣୀରୁ ପ୍ରକାଶ ବଡନାଉକଣା ନିକଟସ୍ଥ ଜୟପୁରୁ ଗ୍ରାମର ଅକ୍ଷୟ ସ୍ବାଇଁଙ୍କ ଝିଅ ପୂର୍ଣିମା ସ୍ବାଇଁଙ୍କୁ ଦୁଇ ବର୍ଷ ପୂର୍ବେ ବଡକୋଟ ଗ୍ରାମର ମଙ୍ଗୁଳି ଦାଶଙ୍କ ପୁଅ ନରେଶ କୁମାର ଦାସଙ୍କୁ ଵୈଦିକମତେ ବିବାହ କରିଥିଲେ। ଵିବାହ ସମୟରେ ଝିଅ ଘର ତରଫରୁ ନଗଦ ଡାଉରୀ ବାବଦରେ ଏକଲକ୍ଷ କୋଡିଏ ହଜାର ଟଙ୍କା, ଝିଅର ସମସ୍ତ ସୁନା ଗହଣା ବାସନ ସେଟ୍, ଫର୍ଣ୍ନିଚର ଓ ଅନ୍ୟାନ୍ୟ ଆସବାଵ ପତ୍ର ଦେଇଥିଲେ। ଏଥିରେ ଶାଶୁଘର ଲୋକେ ସନ୍ତୁଷ୍ଟ ନହୋଇ ଝିଅ ପୂର୍ଣିମା ଉପରେ ପରିବାର ସଦସ୍ୟ ମାନେ ଅକଥନୀୟ ନିର୍ଯାତନା ଦେଉଥିଲେ।ଦିନକୁ ଦିନ ନିର୍ଯ୍ୟାତନା ଅତିଷ୍ଟ ହେଵାରୁ ପୂର୍ଣ୍ଣିମା ବାପ ଘରକୁ ଆସିଥିଲା, ଝିଅର ଵାପା ଗରିବ ହୋଇଥିବାରୁ ଵାରମ୍ବାର ଝିଅର ଶାଶୁଘର ଦାଵି ମୁତାବକ ଅର୍ଥ ଦେବା କଷ୍ଟକର ଥିଲା। ତଥାପି ଝିଅ କୁ ନିର୍ଯ୍ୟାତନାରୁ ମୁକ୍ତି ପାଇଁ କରଜ କରି ପୁଣି କୋଡିଏ ହଜାର ଟଙ୍କା ସହ ଝିଅକୁ ନେଇ ଶାଶୁଘରେ

ଛାଡିଥିଲେ। କିଛିଦିନ ପରେ ପୁନଶ୍ଚ ଶାଶୁଘର ସଦସ୍ୟ ମାନେ ମାରିଦେଵାକୁ କଠୋର ନିର୍ଯ୍ୟାତନା ଦେଲେ। ଝିଅ ଏ ସମସ୍ତ କଥାବାପାକୁ ଫୋନରେ ଜଣାଇ ଥିଲା। ନିର୍ଯ୍ୟାତନା ଅସହ୍ୟ ହେବାରୁ ଆଜି ସକାଳ ପ୍ରାୟ ୪ ଟା ସମୟରେ ଵେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ ଝିଅର ଵାପାକୁ ଖଵର ଦେଇଥିଲେ। ବାପା ଝିଅ ଶାଶୁ ଘରକୁ ଯାଇ ଝିଅ ଆତ୍ମହତ୍ୟା କରିଥିବା ଵିଶ୍ଵାସ ନ କରି ମୋ ଝିଅକୁ ଶାଶୁଘର ସଦସ୍ୟ ମିଳିମିଶି ମାରି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ରାଜନଗର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶଵ ଜଵତ କରି ଵ୍ୟବଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରିରଖି ଏକ ଅପମୃତ୍ଵ୍ୟମାମଲା ରୁଜୁ କରିଵା ସହ ଦୋଷୀ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇ ଆଇ ସି ଶ୍ରୀ ତପନ କୁମାର ନାୟକ ପ୍ରକାଶ କରିଛନ୍ତି।