Odiapua.com

ଶାଳଣିଆଁ ପଞ୍ଚାୟତର ଏଲକଣିଆ ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା

ହାଟଡିହି ୩ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲ ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଏହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ କିଛିଦିନ ହେଲା ସୋଲପଟା ଗ୍ରାମରେ ୮ରୁ ଉର୍ଦ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୋଲପଟା ଗ୍ରାମର ଲୋକମାନେ ଶାଳଣିଆଁ ବଜାରରେ ବୁଲାବୁଲି କରୁଥିବାରୁ ସୋଲପଟା ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବା ସହ ଶାଳଣିଆଁ ବଜାରକୁ ସର୍ଟଡାଉନ ଘୋଷଣା କରାଯାଇଥିଲା । କିନ୍ତୁ ଗତ ତିନିଦିନ ଭିତରେ ଏହି ପଞ୍ଚାୟତର ଏଲକଣିଆ ଗ୍ରାମର ଜଣେ ଔଷଧ ବ୍ୟବସାୟୀ ଓ ତାଙ୍କ ପରିବାରର ୪ଜଣଙ୍କ ଠାରେ କରୋନା ପଜେଟିଭ ଥିବା ଚିହ୍ନଟ ହେବାପରେ ସେମାନେ ସ୍ଥାନୀୟ ସଂକ୍ରମଣ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଲକଣିଆ ଗ୍ରାମକୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ସହିତ ହରେକୃଷ୍ଣ ସ୍ୱାଇଁଙ୍କ ଘର ନିକଟ, ସ୍କୁଲ ଗେଟ ପାଖ ଓ ଶଶିଧର ବେହେରାଙ୍କ ଘର ପାଖ ରାସ୍ତାକୁ ସିଲ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏଲକଣିଆ ଗ୍ରାମକୁ ବିଶୋଧନ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବା ସହ ଘରଘର ବୁଲି ସର୍ଭେ କରାଯାଉଛି । ଏହି ସମୟରେ ଲୋକମାନେ ବାହାରକୁ ନବାହାରିବା ଓ ସବୁବେଳେ ମାସ୍କ ବ୍ୟବହାର କରିବା ଓ ଗାଁ ଭିତରେ ସାମାଜିକ ଦୁରତାରେ ଚଳପ୍ରଚଳ କରିବାପାଇଁ ସରପଞ୍ଚ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ।