Odiapua.com

ଶାଳଣିଆଁ କ୍ଲଷ୍ଟରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ହାଟଡିହି-୯ / ୩ : (ଓଡିଅ୍ରାପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ କ୍ଲଷ୍ଟରର ୪ଟି ପଞ୍ଚାୟତରେ ଅନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଟାଟାଷ୍ଟିଲ ଆଷ୍ପେୟାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶାଳଣିଆଁ କ୍ଲଷ୍ଟରର ସିଏଫ ବିପିନି ବିହାରୀ କୁଅଁର, ଏଲ.ଏଫ ମଧୁସ୍ମିତା ବାରିକ, ଦେବପ୍ରକାଶ ରାଉତ, ମାମିନା ସାହୁ, ଲିପିନି ରାଉତ, ରାଜଲକ୍ଷ୍ମୀ ବେହେରା, ସ୍ନିଗ୍ଧା ମହାନ୍ତି, ବିଜୟିନୀ ବାରିକ, ରଞ୍ଜିତା ପାତ୍ର, କଷଣୀ ଦାସ, ଶିବପ୍ରସାଦ ଜେନା, ଭାଗି ନାୟକ, ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ମହିଳାମାନେ କିପରି ଆଗକୁ ଯିବେ, ନିଜ ଅଧିକାର ପାଇବେ, ନାରୀନିର୍ଯ୍ୟାତନା, ଶୋଷଣ କିପରି ବନ୍ଦ ହେବ ତାହା ଉପରେ ଆଲୋଚନା କରାଯାଇଥିôଲା । ଏଥିରେ ବହୁ ସଂଖ୍ୟାରେ ମହିଳାମାନେ ଯୋଗଦେଇଥିଲେ ।