Odiapua.com

ଶାରୀରିକ ଭିନ୍ନକ୍ଷମମାନଙ୍କୁ ବସ ରିହାତି ପାସ୍ ବଣ୍ଟନ

ପୁରୀ ୦୪.୧୦ (ଓଡ଼ିଆ ପୁଅ) – ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ବସ୍ ରିହାତି ପାସ ବଣ୍ଟନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଜଣ ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ଏହି ପାସ ବଣ୍ଟନ କରାଯାଇଛି। ଶତକଡା ୬୦ ଭାଗରୁ ଭିନ୍ନକ୍ଷମ ଥିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ରିହାତି ସହ ତାଙ୍କ ସହ ସହାୟକ ଭାବେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଟିକେଟର ୫୦ ଭାଗ ଭଡା ଦେବାକୁ ପଡିବ। ସେହିଭଳି ୫୦ ଭାଗ ଭିନ୍ନକ୍ଷମ ଥିବା ବ୍ୟକ୍ତିଙ୍କୁ ଟିକେଟର ୫୦ ଭାଗ ଭଡା ଦେବାକୁ ପଡିବ। ବସରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ସହ ଯାତ୍ରା ସମୟରେ କଣ୍ଡକ୍ଟର ମାନେ ସହଯୋଗ କରିବାକୁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଯାରି କରିବାକୁ ଶ୍ରୀ ବର୍ମା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ସାହୁ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।