Odiapua.com

ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ସଂଘ ଗୃହ ଖୋଲିବା ଦାବି

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା ଜଣାଇଛନ୍ତି ଯେ ଉକ୍ତ ସଂଘକୁ ବଦନାମ କରିବା ପାଇଁ କେତେ କଣ ନ୍ୟସ୍ତ ସ୍ୱାର୍ଥ୍ୟ ଓ କୁଚକ୍ରି ଗୋଷ୍ଠୀ ବିଭିନ୍ନ ଷଡ଼ଯନ୍ତ୍ର କରି ଗଣମାଧ୍ୟମରେ ମିଥ୍ୟା ଆରୋପ ଲଗାଇ ସଂଘର କାର୍ଯ୍ୟାଳୟକୁ ବନ୍ଦ କରିବାରେ ଏଥି ପୂର୍ବରୁ ସଫଳ ହୋଇଛନ୍ତି । ଫଳରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶାରିରୀକ ଭିନ୍ନକ୍ଷମ ଭାଇ ଭଉଣୀ ମାନେ ସେମାନଙ୍କର ଦକ୍ଷତା ବିକାଶ ନିମନ୍ତେ ତାଲିମ ପାଇ ଆତ୍ମ ନିର୍ଭର ହେବାର ସୁଯୋଗରୁ ବଞ୍ôଚତ ହେଲେ । ଏପରିକି ଚାକିରୀ ଆଶାୟୀ ବିଭିନ୍ନ ପରିକ୍ଷା ଦେବା ନିମନ୍ତେ ଉପାନ୍ତ ଅଞ୍ଚଳରୁ ଆସୁଥିବା ଶାରିରୀକ ଭିନ୍ନକ୍ଷମ ମାନଙ୍କୁ ଆଶ୍ରୟ ଦେଇ ଆସୁଥିବା ସଂସ୍ଥା ଦୀର୍ଘ ୩ବର୍ଷ ହେବ ବନ୍ଦ ହୋଇ ପଡ଼ି ରହିଛି । ସେମାନେ ବିଭିନ୍ନ କାର୍ଯ୍ୟ ନେଇ ରାଜଧାନୀ ଆସୁଥିବା ବେଳେ ବାରଦୁଆର ବୁଲି ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଉକ୍ତ ସଂସ୍ଥାରେ କାର୍ଯ୍ୟରତ ୧୨ଜଣ କର୍ମଚାରୀଙ୍କ ଚୁଲି ମଧ୍ୟ ଜଳୁନାହିଁ । ଏ ବାବଦରେ ସମ୍ପାଦକ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅବଗତ କରିଥିଲେ ମଧ୍ୟ ଏଯାବତ୍ କୌଣସି ପଦକ୍ଷେପ ନିଆଗଲା ନାହିଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ସଂଘର ସମ୍ପାଦକଙ୍କ ନାମରେ ଯେଉଁ ମିଥ୍ୟା କେଶ୍‌ର ଆରୋପ ଲଗାଯାଇଥିଲା କେଶ ନଂ ସି ଆର ଆଇ ଟ୍ରି ନଂ ୧୯୬୧ ୨୦୨୧ ମାନ୍ୟବର ଅଦାଲତରେ ତାହା ମିଥ୍ୟା ସାବିତ୍ ହୋଇଛି । ସେହିଭଳି ମାନ୍ୟବର ଉଚ୍ଚନ୍ୟାୟାଳୟ କେଶ ନଂ ଡବ୍ଲୁ ପି (ସି)ନଂ ୨୬୧୫୩ ୨୦୨୧ କଟକ ମଧ୍ୟ ସମ୍ପାଦକ ନିର୍ଦୋଶ ବୋଲି ନିର୍ଦ୍ଦେଶନାମା ଜାରିକରି ଜିଲ୍ଲା ପ୍ରଶାସନ ତୁରନ୍ତ ଉକ୍ତ ସଂସ୍ଥାକୁ ଖୋଲି ତତ୍‌କାଳୀନ ସମ୍ପାଦକଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର ନିମନ୍ତେ ଜଣାଇଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ ନିଦାନିଷ୍ଠୁ ସାଜିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ନିଖିଳ ଉତ୍କଳ ଶାରିରୀକ କଲ୍ୟାଣ ସଂଘକୁ ଖୋଲିବା ନେଇ ବ୍ୟବସ୍ଥା କରନ୍ତୁ ନଚେତ୍ ଆଗାମୀ ଦିନରେ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଭିନ୍ନକ୍ଷମ ଭାଇ ଭଉଣୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେ ସୂଚନା ଦେଇଛନ୍ତି ।