Odiapua.com

ଶାରଳା ପୁରସ୍କାର ପାଇବେ ଏହି ବିଶିଷ୍ଟ ଲେଖକ

ଭୁବନେଶ୍ବର ୭/୯,(ଓଡ଼ିଆ ପୁଅ ପି ନାଏକ): ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶ ତାଙ୍କ ‘ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ ୪୦ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ପୁରସ୍କାର ସ୍ବରୂପ ପ୍ରଦୀପ ଦାଶଙ୍କୁ ପାଞ୍ଚଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।

ଏତଦବ୍ୟତୀତ ରାଜ୍ୟର ଅନ୍ୟ ଦୁଇଜଣ କୃତୀ ସେମାନଙ୍କ ନିଜସ୍ବ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ସମ୍ମାନିତ କରାଯିବ। ଚଳିତ ବର୍ଷ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ହରମୋହନ ଖୁଣ୍ଟିଆ ଏବଂ ଚିତ୍ରକଳା କ୍ଷେତ୍ରରେ ଶ୍ରୀ ଲଲାଟମୋହନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି। ପୁରସ୍କାର ସ୍ବରୂପ ଉଭୟଙ୍କୁ ୧,୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଆସନ୍ତା ୨୬.୧୦.୨୦୧୯ରେ ସ୍ଥାନୀୟ ମେ ଫେୟାର ଲାଗୁନ ହୋଟେଲଠାରେ ଏକ ସ୍ବତସ୍ତ୍ର ଉତ୍ସବରେ ‘ଶାରଳା ପୁରସ୍କାର’ ଉପାୟନ ପ୍ରଦାନ କରାଯିବ। ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ପ୍ର: ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି।