Odiapua.com

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଝାଡ଼ପଟା ଓ ତିହିଡ଼ି ମେଳନ

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୁଆମାଳ ପଞ୍ଚାୟତର ୨୦୦ବର୍ଷର ପୁରାରତ ଝାଡ଼ପଟା ମେଳନ ଓ ତିହିଡ଼ି ମେଳନ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଏହି ମେଳନ ଭାଇଚାରାର ସମ୍ପର୍କକୁ ସୁଦୃଢ଼ କରିଥାଏ । ବିଶେଷ ଭାବେ ଝାଡ଼ପଟା ମଳନରେ ପୁରୁଷ ଭକ୍ତଙ୍କ ଠାରୁ ମହିଳା ଭଳକ୍ତଙ୍କୁ ଅଧିକ ଦେଖିବାକୁ ମିଳିଥାଏ । ମହିଳାମାନେ ପରିସ୍ପର ମଧ୍ୟରେ ଅବିର ଖେଳି ଖୁସି ମନାଇବା ସହିତ ବିମାନରେ ରାଧାକୃଷ୍ଣଙ୍କୁ ଅବିର ଓ ଭୋଗ ଲଗାଇଥାନ୍ତି । ସେହିପରି ପୁରୁଷ ଭକ୍ତମାନେ ମଧ୍ୟ ପରସ୍ପର ମଧ୍ୟରେ ଅବିର ଖେଳି ସମ୍ପର୍କକୁ ମଜଭୁତ କରିଥାନ୍ତି । ଏହି ମେଳନକୁ ନୂଆନନ୍ଦ, ଜିତାନଗା, ତରାଗଣ, ଗୁଆମାଳ ଇତ୍ୟାଦି ଅଞ୍ଚଳରୁ ୪୦ରୁ ଅଧିକ ବିମାନ ଶୋଭାଯାତ୍ରାରେ ଅବିର ଖେଳି ଖେଳି ଆସିଥାନ୍ତି । ମେଳନ କମିଟି ସଭାପତି ରଘୁନାଥ ମହାନ୍ତି, ସମ୍ପାଦକ ବିଚିତ୍ର ନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ଶଶିକାନ୍ତ ମିଶ୍ର, ସୁରେଶ ମହାନ୍ତି, ପ୍ରସନ୍ନ ପାଢ଼ୀ, ହୃଦାନନ୍ଦ ପାଣିଗ୍ରାହୀ, ଉପେନ୍ଦ୍ର ମହାନ୍ତିଙ୍କ ସମେତ ଗ୍ରାମବାସୀ ମେଳନ ପରିଚାଳନା କରିଥିଲେ । ଚଳିତ ବର୍ଷ ଏହି ମେଳନେ ଗୁଆମାଳ ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା । ସେହିପରି ତିହିଡ଼ି ମେଳନ ବହୁ ଆଡ଼ମ୍ବରରେ ସମ୍ପନ୍ନ ହୋଇଛି । ସୋମବାର ରାତିରେ ଶ୍ରୀଜୀଉମାନେ ବତିମରା ପଦାଠାରୁ ନମ୍ବର ଅନୁସାରେ ଶୋଭା ଯାତ୍ରାରେ ବାହାରି ଥିଲେ । ବାଟରେ ତିହିଡ଼ି ଗ୍ରାମର ଆରାଧ୍ୟ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କୁ ଦର୍ଶନ କରିବା ପରେ ମେଳନ ପଡ଼ିଆରେ ପହଞ୍ôଚ ଥିଲେ । ଏହି ମେଳନକୁ ବିଭିନ୍ନ ଅଞ୍ଚଳରୁ ୨୦ରୁ ଅଧିକ ବିମାନ ଆସିଥିଲେ । ମଙ୍ଗଳବାର ଅପରାହ୍ନରେ ଦଧିବାମନ ଜୀଉ କାଦୁଅ ଖେଳି ମେଳନ ପଡ଼ିଆକୁ ପ୍ରବେଶ କରିବା ପରେ ମେଳନ ଶେଷ ହୋଇ ବିମାନମାନେ ନିଜ ନିଜ ସ୍ଥାନକୁ ବାହୁଡ଼ି ଥିଲେ । ମେଳନ କମିଟି ସଭାପତି ବାପୁଜୀ ନାୟକ, ସମ୍ପାଦକ ସଚିକାନ୍ତ ନାୟକ, ଉପସଭାପତି ପାର୍ଥସାରଥି ନାୟକ, ସହସମ୍ପାଦକ ରମାକାନ୍ତ ନାଥ, କୋଷାଧ୍ୟକ୍ଷ ପ୍ରଭାତ କୁମାର ରାଉଳ, ବିଷ୍ଣୁ ଚନ୍ଦ୍ର ଦାଶ, ଶରତ କର, ମହେନ୍ଦ୍ର ଓଝା, ନିହାର ରଂଜନ ନାୟକ, ବାଇଧର ହାତୀ, ବିବେକାନ୍ଦ ନାୟକ, ସପନ ନାୟକ, ବ୍ରଜକିଶୋର ଓଝା, ତାରାକାନ୍ତ ଜେନା, କୁଲିଆ ନାୟକ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ମେଳନ ପରିଚାଳନାରେ ସହଯୋଗ କରିଥିଲେ ।