Odiapua.com

ଶାନ୍ତପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଆକ୍ରମଣ : କୋଭିଡ ଟୀକା ଦାନ ବାଧାପ୍ରାପ୍ତ

ନିଶ୍ଚିନ୍ତକୋଇଲି, ୧୦-୯ (ଓଡ଼ିଆ ପୁଅ /ଅଭୟ ଜେନା) ନେମାଳ ଥାନା ଅନ୍ତର୍ଗତ ସାନ୍ତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଅପରାହ୍ନରେ କରୋନା ଟୀକା ଦାନ ଚାଲିଥିବା ବେଳେ, ଦୁଇ ଜଣ ଯୁବକ ଆୟୁଷ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଆକ୍ରମଣ କରି ମାଡ଼ ମାରିବା ସହ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଛି। ବନ୍ଧୁପୁର ଗ୍ରାମର ବାସୁଦେବ ଭୋଇ ଓ ଅଞ୍ଜନ ମହାନ୍ତି ଏଭଳି କାଣ୍ଡ ଘଟାଇ ଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ଅଭିଯୋଗ ପାଇ ତୁରନ୍ତ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କ ପତ୍ତା ମିଳିନଥିବା ଜଣାପଡିଛି। ଏହି ଘଟଣା ଯୋଗୁ ଆଜିର ଟୀକା କରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଏହି ଘଟଣା ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ମଧ୍ୟରେ ନୈରାଶ୍ୟ ଦେଖା ଦେଇଛି।