ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦକ୍ର ଜିଲ୍ଲା ବନ୍ତ ବ୍ଲକ ମହାନ୍ତିପଡା ପଚାଂୟତ ବୌଳଢି ଠାରେ ଚାଲିଥିବା ତ୍ରୀଦିବସୀୟ ବିଶ୍ୱଶାନ୍ତି ଗ୍ରହ ଯଜ୍ଞ ଉଦ୍ଯାପିତ ହୋଇଯାଇଛି । ବାବା ମାଲବନ୍ଧଙ୍କ ପିଠରେ ଅନୁଷ୍ଠିତ ୨୨ ତମ ବିଶ୍ୱଶାନ୍ତି ଗ୍ରହଯଜ୍ଞକୁ ଶାକଦ୍ୱୀପ ବ୍ରାହ୍ମଣ ସଂଘ ପରିଚାଳନା କରିଥିଲେ । ପ୍ରଥମ ଦିନରେ ଅଙ୍କୁରାରୋପଣ,କଳସ ଶୋଭାଯାତ୍ରା, ଗ୍ରହପୂଜା ସହ ରାତ୍ରରେ ଗାୟିକା ସ୍ୱର ଭାରତୀ ଜୈମିନି ମହନ୍ତ ପାଲା ପରିବେଷଣ କରିଥିଲେ । ଦ୍ୱୀତିୟ ଦିବସରେ ରୁଦ୍ରାଭିଷେକ ସହ ପାଲା ପରିବେଷଣ,ତୃତୀୟ ଦିବସରେ ସୂର୍ଯ୍ୟପୂଜା, ଚଣ୍ଡିପାଠ, ନବଗ୍ରହ ପୂଜା ଏବଂ ଶେଷରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଥିଲା । ରାତ୍ରରେ ଦିବ୍ୟାଙ୍ଗ ସମାଜ ପକ୍ଷରୁ ଭଜନ ପରିବେଷଣ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ବରେଣ୍ୟ ପଣ୍ଡିତ ଭାବେ ପ୍ରଧାନ ଆଚାର୍ଯ୍ୟ ଶୁକ ନନା, ତନ୍ତ୍ରଧାରକ ରାଜକିଶୋର ମହାପାତ୍ର,ତନ୍ତ୍ରଧାରକ ଏବଂ ଗୀତା ପାଠକ ମଧୁସୂଦନ ଆଚାର୍ଯ୍ୟ, ମଣ୍ଡଳ କରଣ ଲକ୍ଷ୍ମୀଧର ଗ୍ରହାଚାର୍ଯ୍ୟ, ଚଣ୍ଡୀ ବରଣ ଓ ଗ୍ରହ ପୂଜକ ଗଙ୍ଗାଧର ଆଚାର୍ଯ୍ୟ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ବିଜେପି ଭଣ୍ଡାରିପୋଖରୀ ନେତା ଡ. ସୁଧାଂଶୁ ଶେଖର ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ ଯେନା,ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ମହାନ୍ତିପଡା ପୁରୁଷଣ୍ଢ ସୋସାଇଟି ସଭାପତି ପ୍ରଶାନ୍ତ ଦାଶ,ସରପଚଂ ନିହାର ରଞ୍ଜନ ପଣ୍ଡା,ସମିତିସଭ୍ୟ ନିର୍ମଳ ଚନ୍ଦ୍ର ନାୟକ ପ୍ରମୁଖ ବିଭିନ୍ନ ଦିବସରେ ଯଜ୍ଞ ମଣ୍ଡପରେ ପହଚିଂ ଆଶିଷ ଲାଭ କରିଥିଲେ । ଶାକ ଦ୍ୱୀପ ବ୍ରାହ୍ମଣ ସଂଘର ସଭାପତି କୈଳାସ ଚନ୍ଦ୍ର ନାୟକ,ସମ୍ପାଦକ ମନୋଜ ନାୟକ, କୋଷାଧ୍ୟକ୍ଷ ସୁରେନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଭରତ ନାୟକ,ନୃସିଂହ, ନନ୍ଦକିଶୋର, ଶତ୍ରୁଘ୍ନ, ବାବନ, ସୁଦାମ, ବିଜୟ, ପୂର୍ଣ୍ଣଚନ୍ଦ୍ର,ଶିବ,ରମାକାନ୍ତ, କାର୍ତିକ,ମନ୍ମଥ,ପବିତ୍ର, ଦୈତାରୀ, ମହେଶ୍ୱର, କିଶୋର,ଘାଉଲୀ, ଭାରତୀ,ଅନ୍ନପୂର୍ଣ୍ଣା, ରଶ୍ମ, ମହେଶ୍ୱର,ପ୍ରଭାସ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।