Odiapua.com

ଶହେ ଟଙ୍କା ପାଇଁ ଚାଲିଗଲା ଜୀବନ !

ବାରିପଦା ୧୭/୦୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଶହେଟଙ୍କା ପାଇଁ ଚାଲିଗଲା ଜୀବନ! ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ବୌଶିଙ୍ଗା ଥାନା ଅନ୍ତର୍ଗତ ନୂଆଁଗାଁ ଗ୍ରାମରେ। ଦେଶୀ ମଦଭାଟିକୁ ମଦ ପିଇବା ପାଇଁ ଯାଇଥିବା ଚାରିଜଣଙ୍କ ମଧରୁ ଶହେ ଟଙ୍କାକୁ ନେଇ ସୃଷ୍ଟି ହୋଇଥିଲା ବଚସା ଓ ପରବର୍ତ୍ତୀ ମୁହୂର୍ତ୍ତରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମୃତକ ଜଣକ ହେଲେ ସେହି ଗ୍ରାମର ରାଧାକୃଷ୍ଣ ବାରିକ ଓ ଗୁତୁତ୍ତର ଜଣକ ଶରତ ବାରିକ, ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ରୁପସା ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ତେବେ ମିଳୁଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ନୂଆଗାଁ ଗ୍ରାମର ରାଧାକୃଷ୍ଣ ବାରିକ ଓ ଶରତ ଚନ୍ଦ୍ର ବାରିକଙ୍କୁ ଗୁରୁତ୍ତର ଭାବେ ଏକ ଗାଡିଆ ଭିତରୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ।ତେବେ ଉଦ୍ଧାର ବେଳକୁ ରାଧାକୃଷ୍ଣ ବାରିକଙ୍କର ପ୍ରାଣବାୟୁ ନଥିବାସ୍ଥଳେ ଶରତ ବାରିକ ଗୁରୁତ୍ତର ଥିବାରୁ ତାଙ୍କୁ ପ୍ରଥମେ ରୁପସା ଡାକ୍ତର ଖାନାକୁ ନିଆଯାଇଥିଲା। ଶରତଙ୍କର ଅବସ୍ଥା ଜଟିଳ ଥିବାରୁ ତାଙ୍କର ଚିକିତ୍ସା ପାଇଁ କଟକ ପଠା ଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ବେତନଟୀ ଏସ.ଡି.ପି.ଓ ସହ ବୌଶିଙ୍ଗା ପୋଲିସ ଓ ସାଇନ ଟିଫିକ ଟିମ ସହ ତଦନ୍ତ ଚଳାଇଛି। ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ଶ୍ୟାମସୁନ୍ଦର ବାରିକ ସହ ତାର ଶଳା ପାଗୁଲୁ ବେହେରା ବୌଶିଙ୍ଗା ଥାନାରେ ଅଟକ ଅଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦଭାଟି ସଂଖ୍ୟା ବଢ଼ୁଥିବାରୁ ଗ୍ରାମର ବାତାବରଣ ଦିନକୁଦିନ ଖରାପ ଆଡକୁ ଗତିକରୁଥିବାରୁ ଏଗୁଡ଼ିକୁ ବନ୍ଦ କରିବା ପାଇଁ ଦାବି ଜୋର ଧରିଛି।