ଭଦ୍ରକ, ୨୭ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶହୀଦ୍ ସ୍ମୃତି ଭବନ ଭଦ୍ରକ (ଟାଉନ ହଲ୍) ଠାରେ ମଂଚସ୍ଥ ହୋଇଯାଇଛି ନାଟକ “ସାରିପୁତ” । ନାଟ୍ୟ ଗୌରବ ପ୍ର. ଡ. ଅଟଳ ବିହାରୀ ନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ଏହି ନାଟକକୁ ଉଦ୍ଘାଟନ କରିଥିଲେ ମଂଚନାଟକ ଜଗତର ପିତାମହ ଭୀଷ୍ମ, ଉଭୟ ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ଏକାଡେମୀ ପୁରସ୍କୃତ ବରିଷ୍ଠ ନାଟ୍ୟକାର ସୁଧାକର ନନ୍ଦ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସଂଗୀତ ଏକାଡେମୀ ପୁରସ୍କୃତ ଷାଠିଏ ରାତିର ମୋଗଲ ସମ୍ରାଟ ଶଙ୍କର ବସୁ ମଲ୍ଲିକ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା ମହୋଦୟା ଯୋଗ ଦେଇଥିଲେ । ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଭୂ ଚନ୍ଦନ ଜେନା, ପରିଚାଳନା ନିର୍ଦ୍ଦେଶକ, କଲ୍ୟାଣୀ ଗ୍ରୁପ୍ ଏବଂ କମ୍ପାନୀଜ୍ । ନିର୍ଦ୍ଧାରିତ ସମୟ ସୀମା ଭିତରେ ସଭା ଶେଷ ହେବା ପରେ ନାଟକ “ସାରିପୁତ” ଆରମ୍ଭ ହୋଇଥିଲା ୭: ୩୦ ମିନିଟରେ ଏବଂ ଶେଷ ହୋଇଥିଲା ୯ଟାରେ । ଭରପୁର ପ୍ରେକ୍ଷାଳୟରେ ମନୋରଞ୍ଜନର ମଜା ନେଇଥିଲେ ପ୍ରିୟ ଦର୍ଶକଦର୍ଶିକା ବୃନ୍ଦ । ପୁରୁଷ ଭୂମିକାରେ ଅଭିନୟ କରିଥିଲେ ସନ୍ତୋଷ, ଶଶାଙ୍କ, ଅରବିନ୍ଦ, ଜିତୁ, ନିର୍ମଳ, ଭବେଶ । ନାରୀ ଭୂମିକାରେ ରୁବି, ରେବା ଓ ଆରାଧ୍ୟା ଅତିଥି କଳାକାର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସଂଗୀତ ଓ ନାଟକ ଏକାଡେମୀ ପୁରସ୍କୃତ ଅଭିନେତା ବିଜୟ କୁମାର ବହଳୀ, ଗୌରାଙ୍ଗ ବାରିକ, ଡ. ସୁଦର୍ଶନ ବାରିକ, ଋତୁରାଜ ଅକ୍ଷୟ, ସୁନନ୍ଦ ଦାସ । ଅଧ୍ୟାପିକା ଦେବସ୍ମିତା ମିଶ୍ର ପାଣିଗ୍ରାହୀଙ୍କ ସଙ୍ଗୀ ଓ କୁନି ନୃତ୍ୟଶିଳ୍ପୀ ଆଦ୍ୟାଶାଙ୍କ ନୃତ୍ୟରେ ଦର୍ଶକମାନେ ଝୁମି ଯାଇଥିଲେ । ସଂଯୁକ୍ତା ବଳ ନାୟକ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ଅରୂପାନନ୍ଦ ଓ ଋତୁରାଜ ଅକ୍ଷୟ ମଂଚ ପରିଚାଳନା ଓ ସହାୟତା କରିଥିଲେ । ସ୍ୱାଗତ ଭାଷଣ ରଖିଥିଲେ ସଂଯୁକ୍ତା ବଳ ନାୟକ, କଳା ନିଦ୍ରେ୍ଦଶନା ବାବୁ ନିରନ ଓ ବୈଷୟିକ ପରାମର୍ଶ ଦାତା ଭାବେ କାର୍ଯ୍ୟ କରିଥିଲେ ସଙ୍ଗୀତ ଓ ନାଟକ ପୁରସ୍କୃତ ନାଟ୍ୟଶ୍ରୀ ନିର୍ମଳ ରାଉତ । ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଯୁବ ଗୀତିକାର ଅରୂପାନନ୍ଦ । ଶେଷରେ ଶେଷ ସ୍ପର୍ଶ ଦେଇଥିଲେ ଶ୍ରଦ୍ଧାଞ୍ଜଳୀ ମିଶ୍ର ।