Odiapua.com

ଶହୀଦ ଲକ୍ଷ୍ମଣନାୟକ ଙ୍କ ୧୨୦ତମ ଜୟନ୍ତୀ ଉତ୍ସବ ପାଳିତ,ଡିଏନକେ ଠାରୁ ଏମଭି୪୨ ରାସ୍ତା କୁ ଶହୀଦ ଲକ୍ଷ୍ମଣ ନାୟକ ମାର୍ଗ ନାମରେ ନାମିତ ପାଇଁ ନିସ୍ପତି

ମାଲକାନଗିରି,୨୨ା୧୧(ଓଡିଆ ପୁଅ )) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ଲକ୍ଷ୍ମଣ ନାୟକ ଙ୍କ ୧୨୦ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁସ୍ମନ୍ତକୁମାର ଜେନାଙ୍କ ପୌରହିତରେ  ଅନୁଷ୍ଟିତ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସାହିତ୍ୟ ଏକାଡେମି ସଦସ୍ୟ ରତ୍ନାକରଦାଶ, ସମାଜସେବୀ ଭାସ୍କର ବେହେରା ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ଶହୀଦ ଲକ୍ଷ୍ଣନାୟକ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ସ୍ୱାଧୀନତା ଆନ୍ଦୋଳନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ତ୍ୟାଗ ଓ ବଳିଦାନ ଅତ୍ୟନ୍ତ ମହାନଥିଲା,ତାଙ୍କ ଦେଶପ୍ରେମ ର ସ୍ମୁତିକୁ ମନେରଖିବା ପାଇଁ ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ଛକ ଠାରୁ ଏମଭି୪୨ଗ୍ରାମ ରାସ୍ତାକୁ ଶହୀଦ ଲକ୍ଷ୍ମଣ ନାୟକ ମାର୍ଗନାମରେ ନାମିତ କରାଯିବା ସହ ଏହି ଦିନଟିକୁ ଜିଲ୍ଲାରେ ଏକ ସ୍ମରଣୀୟ ଦିବସ ଭାବେ ପାଳନ କରିବା ପାଇଁ ସଭାରେ ନିସ୍ପତି ନିଆଯାଇ ରାଜ୍ୟସରକାରଙ୍କୁ ଜିଲ୍ଲାପ୍ରଶାନ ପକ୍ଷରୁ ପ୍ରସ୍ଥାବ ଦେବାପାଇଁ ଅତିଥି ମାନେ ମତ ଉପସ୍ଥାପନ କରିଥିଲେ ।  ପ୍ରଥମେ ମହାବିଦ୍ୟାଳୟର ଛାତ୍ରୀ ମାନେ ଦେଶାତ୍ମକ ସଂଗୀତ ଗାନକରିଥିଲେ ଏହି ଅବସର ରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ,ଅଧ୍ୟାପିକା, ଅଧ୍ୟାପକ ବୁଦ୍ଧି ଜିବୀ ମାନେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ବହୁମିଖି ପ୍ରତିଭା ସଂପର୍କରେ ଆଲୋକପାତ କରି ସ୍ମୁତିଚାରଣ କରିଥିଲେ । ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ଉପଲକ୍ଷେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଯାଇଥିବା ବିଭିନ୍ନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲକରିଥିବା ଛାତ୍ରୀ ଶସ୍ମିତାଖିଲ,ସମ୍ବାରୀ ବଡନାୟକ,ମାଳତୀ ମାଢି,ମାଧବି ନମୋ ଙ୍କ ସହିତ ଅନ୍ୟାନ ଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନକରିଥିଲେ । ଏହି ଅବସରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ସେଠୀ,ଶ୍ରୀକାନ୍ତ ସାମଲ,ମଧୁସ୍ମିତା ମହାନ୍ତି,ପ୍ରଶାନ୍ତ କୁମାର ସତପଥୀ,ଶୋଭା ଚୌଧୁରୀ ଓ ଜିଲ୍ଲା ସୁଚନା ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତନୀୟା,ରଜଂନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା,ଅବିଭାବକ ମାନେ ଯୋଗଦେଇ ଥିଲେ । ଅନୁରୁପ ମାଲକାନଗିରି ମହାବିଦ୍ୟାଳୟ ର ଶହୀଦ ଲକ୍ଷମଣ ନାୟକ ଛାତ୍ରବାସ ପରିସରରେ ନୂତନ ଭାବେ ପ୍ରତିଷ୍ଟିତ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଏକ ପ୍ରତିମୂର୍ତି କୁ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକକୁମାର ସଡଙ୍ଗି,ରେଡକ୍ରସ ସଂପାଦକ ଅଧ୍ୟାପକ ରଜଂନକୁମାର ସ୍ୱାଇଁ,ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପଟନାୟକ,ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ସମାଜ ସେବୀ ଭାସ୍କରଚନ୍ଦ୍ର ବେହେରା,ଛାତ୍ରନେତା ଜଗବନ୍ଧୁ ପଡିଆରୀ, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ଶହୀଦ ଲକ୍ଷମଣନାୟକ ଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିବାସହିତ ତାଙ୍କ ସ୍ମୃତି ଚାରଣ କରିଥିଲେ । ଠିକ ସେହିପରି ମାଲକାନଗିରି ରିଜର୍ଭ ପୁଲିସ ଅଫିସ ପରିସରରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ମୂର୍ତିରେ ପୁଲିସ ଅଧିକାରୀ ଓ ଆରକ୍ଷୀ ବାହିନୀ ମାନେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଛନ୍ତି ।