Odiapua.com

ଶହୀଦ୍ ଭଗତ୍ ସିଂଙ୍କୁ ରାଷ୍ଟ୍ରପୁତ୍ର ମାନ୍ୟତା ଦାବିରେ ବିଶାଳ ବାଇକ ରାଲି

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶହୀଦ୍ ଭଗତ ସିଂଙ୍କ ୧୧୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭଦ୍ରକର ଅଗ୍ରଣୀ ଅନୁଷ୍ଠାନ ଶହୀଦ୍ ଭଗତ ସେନା ପକ୍ଷରୁ ମହାନ କ୍ରାନ୍ତିକାରୀ ଶହୀଦ୍ ଭଗତ ସିଂଙ୍କୁ ରାଷ୍ଟ୍ରପୁତ୍ରର ମାନ୍ୟତା ଦାବି କରି ଆଜି ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇ ଯାଇଛି। ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ହଜାର ହାଜର ଯୁବକ, ନେହେରୁ ଷ୍ଟାଡିୟମରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଡାହାଣିଗଡିଆ ସ୍ଥିତ ପି.ଏନ. ଟ୍ରାକ୍ଟର ଶୋ ରୁମ୍ ପର୍ଯ୍ୟନ୍ତ ଯାଇଥିଲା। ହଜାର ହାଜର ଯୁବକ ଇନ୍‌କିଲାବ୍ ଜିନ୍ଦାବାଦ୍‌, ଶହୀଦ୍ ଭଗତ ସିଂ ଅମର୍ ରହେ, ଭଗତ ସିଂଙ୍କୁ ରାଷ୍ଟ୍ରପୁତ୍ରର ମାନ୍ୟତା ଆମର ଦାବି ନାରା ଲଗାଇ ସହରକୁ ପ୍ରକମ୍ପିତ କରିଥିଲେ। ଏହି ଅବସରରେ ସେନାର ଆବାହକ ଶ୍ରୀଯୁକ୍ତ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ଏହି ଦାବିର ଶୁଭାରମ୍ଭ ଭଦ୍ରକରୁ ଆରମ୍ଭ କରାଗଲା। ଏହାକୁ ଏକ ରାଜ୍ୟସ୍ତରୀୟ ଦାବି କରାଯିବା ସହିତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଥିଲେ। ଏହି ବାଇକ୍ ରାଲିରେ ଭଦ୍ରକ ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ଯୁବକ ଯୋଗ ଦେଇଥିଲେ।