Odiapua.com

ଶସ୍ତା ହେଲା ହୋମ ଲୋନ

ନୂଆଦିଲ୍ଲୀ,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଅଗଷ୍ଟ ମାସ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ଏବଂ ଏହା ପରେ ଆରମ୍ଭ ହୋଇଯିବ ନୂଆ ମାସ। ଏହାସହିତ ପରିବର୍ତ୍ତନ ହୋଇଯିବ ବହୁତ କିଛି। ସେପ୍ଟେମ୍ବର ପହିଲାରୁ ଆପଣଙ୍କୁ କିଛି ଜିନିଷ ମହଙ୍ଗା ପଡିବା ସହିତ କିଛି ଜିନିଷ ମିଳିବ ଶସ୍ତାରେ। ସେପ୍ଟେମ୍ବରରେ ଅନେକ ଫାଇନାନ୍ସସିଆଲ ରୁଲ୍ସ ପ୍ରଭାବିତ ହେବ। ଆସନ୍ତୁ ଜାଣିବା ସେପ୍ଟେମ୍ବର ପହିଲାରୁ କେଉଁ ଜିନିଷ ଆପଣଙ୍କୁ ଶସ୍ତାରେ ମିିଳିବ ଏବଂ ଏହାଦ୍ୱାରା କେତେ ଟଙ୍କା ରହିଯିବ ।

ପ୍ରଥମ ତାରିଖରେ ଏସବିଆଇ ଏବଂ ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର ସମେତ ଅନେକ ବ୍ୟାଙ୍କ୍‌ ଘର କିଣିବାକୁ ଶସ୍ତାରେ ଲୋନ ଦେବାକୁ ଯାଉଛନ୍ତି। ଏସବିଆଇ ହୋମ ଲୋନ ସୁଧ ଦରରେ ୦.୨୦ ପ୍ରତିଶତ ରିହାତି କରାଯାଇଛି। ସେହିଭଳି ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର ଜଣାଇଛ ଯେ ରିଟେଲ ଲୋନର ସୁଧ ହାରକୁ ରେପୋ ରେଟ ସହିତ ଯୋଡି ବ୍ୟାଙ୍କ ସୁଧ ହାର ସହିତ ଜଡିତ ଲାଭକୁ ସିଧା ଗ୍ରାହକଙ୍କୁ ପହଁଚାଇବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରେପୋ ରେଟ ସହିତ ସୁଧ ହାରକୁ ଯୋଡିବା ପରେ ରେପୋ ରେଟରେ ଆରବିଆଇ ଠାରୁ ଯେତେବେଳେ ବି ପରିବର୍ତ୍ତନ ହେବ ସେତେବେଳେ ଲୋନର ସୁଧ ହାର ମଧ୍ୟ ପରିବର୍ତ୍ତନ ହେବ। ସେପ୍ଟେମ୍ବର ପହିଲାରୁ ଏସବିଆଇ ହୋମ ଲୋନ ଉପରେ ସୁଧ ହାର ୮.୦୫ ପ୍ରତିଶତ ହେବ। ଆରବିଆଇ ଅଗଷ୍ଟରେ ରେପୋ ରେଟ ହ୍ରାସ କରି ୫.୪୦ ପ୍ରତିଶତ ହ୍ରାସ କରିଦେଇଛି।

୧ ସେପ୍ଟେମ୍ବର ଠାରୁ ଏଜୁକେସନ ଲୋନର ସୁଧ ହାର ୮.୪୦% ବଦଳରେ ୮.୨୫% ହୋଇଯିବ। ଏହି ସୁଧ ହାର ଦେଶରେ ପଢ଼ିବାକୁ ହେଲେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ନେଇପାରିବେ ଏବଂ ବିଦେଶରେ ପଢ଼ିବା ପାଇଁ ୧.୫ କୋଟି ଟଙ୍କା ପଯ୍ୟର୍ନ୍ତ ଲୋନ ଲାଗୁ କରାଯିବ। ଗ୍ରାହକଙ୍କୁ ପେମେଣ୍ଟ କରିବା ପାଇଁ ଅଧିକତମ ୧୫ ବର୍ଷର ସମୟ ମିଳିବ।

ପାର୍ବଣ ଋତୁରେ ଆବଶ୍ୟକତା ଅଧିକ ହୋଇଥାଏ ଏହାସହିତ ହିଁ ଟଙ୍କାର ଆବଶ୍ୟକତା ବି ବଢ଼ିଯାଇଥାଏ। ଏସବିଆଇ ୨୦ ଲକ୍ଷ ଟଙ୍କା ପର୍ସନାଲ ଲୋନ୍‌ ସବୁଠାରୁ ଶସ୍ତା ଦରରେ ଦେବା ପାଇଁ ଦାବି କରିଛି। ୬ ବର୍ଷର ଅବଧି ପାଇଁ ୧୧.୯୦% ବଦଳରେ ୧୦.୭୫%ର ଋଣ ଦିଆଯିବ। ସାଲାରୀ ଆକାଉଣ୍ଟ ଗ୍ରାହକଙ୍କ ପାଇଁ ୟୋନୋ ଜରିଆରେ ୫ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ପ୍ରୀ-ଆପ୍ରୁଭଡ୍‌ ଲୋନର ଅଫର ମିଳିବ।