ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ଶ୍ରୀରାମପୁର ଗ୍ରାମର ସମାଜ ସେବୀ ତଥା ବିଶିଷ୍ଟ କ୍ରିଡ଼ା ସଂଗଠକ ଶଶାଙ୍କ ଶେଖର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ସ୍ମୃତି ସଭା ଅନୁଷ୍ଠିତ ହୋଇଛି। ଭବାନୀ ଶଙ୍କର ଦାସଙ୍କ ପୌରହିତ୍ୟରେ ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ,ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ପୂର୍ବତନ ସରପଂଚ ସତ୍ୟବାନ ଦାସ, ସତ୍ୟସାଧନ ବେଜ,ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭାପତି ବରିଷ୍ଠ ନାଗରିକ ରାମଚନ୍ଦ୍ର ନାୟକ, ସନ୍ତୋଷ ମହାନ୍ତି, ସୀତାରାମ ଉଦ୍ଗାତା, ବିଜେପି ନେତା ଗୋପାଳ କୃଷ୍ଣ ଦାଶ, ମାନସ ପଟ୍ଟନାୟକ, ସୁବାଷ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମାଝି, ବିଜେଡ଼ି ଯୁବ ନେତା ପପୁ ମହାନ୍ତିି , ଅଧ୍ୟାପକ ଚିରଞ୍ଜିବୀ ଦାସ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ୰ ଶଶାଙ୍କ ରାଜୟୁଥ୍ କ୍ଲବର ସକ୍ରିୟ ସଦସ୍ୟ ରହି ଭଲି ଖେଳର ଉନ୍ନତି ପାଇଁ କାର୍ଯ୍ୟ କରି ବହୁ କ୍ରିଡ଼ାବିତ ତିଆରି କରିଥିଲେ। ବିଜେଡ଼ିର ଜଣେ ସକ୍ରିୟ ସଭ୍ୟ ଭାବେ ଅଂଚଳର ବହୁ ବିଧ ଉନ୍ନତି କରିଆସୁଥିଲେ। ତାଙ୍କ ମୃତ୍ୟୁ କ୍ରିଡ଼ା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିବା ବେଳେ ଜଣେ କ୍ରିଡ଼ା ସଂଗଠକ ଭାବେ ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ ଅତିଥି। ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ନିରବ ପ୍ରାର୍ଥନା କରାଯାଇଥିଲା। ପରିବାରର ପ୍ରଦୀପ ଦାସ, ଦିଲ୍ଲିପ ଦାସ, ସ୍ୱର୍ଣ୍ଣ ଲକ୍ଷ୍ମୀ ଦାସ, ସଂଯୁକ୍ତା ଦାସ, ସୀମା ରାଣୀ ଦାସ,ଶର୍ମିଲା ଦାସ,ପ୍ରିୟବ୍ରତ ଦାସ, ଦେବବ୍ରତ ଦାସ, ବିଭୁଦତ ଦାସ, ମୋନାଲିସା ଦାସ, ସୋଫିଆ ଦାସ, ଚନ୍ଦନ ଦାସ, ହିମାଂଶୁ ଦାସ, ଅର୍ପିତା ଦାସ ପ୍ରମୁଖ ସହଯୋଗ କରିଥିଲେ।