Odiapua.com

ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ ଶୁଭ କୁହାଯାଏ

ଭୁବନେଶ୍ଵର,୨୧/୦୮,(ଓଡ଼ିଆ ପୁଅ/ ପି ନାୟକ): ସମସ୍ତଙ୍କ ଶରୀରରେ କଳାଜାଇ ଥାଏ। କଳାଜାଇ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା ଦେବା ସହିତ ଭବିଷ୍ୟତ ସଂପର୍କରେ ମଧ୍ୟ କହିଥାଏ ବୋଲି ମାନ୍ୟତା ରହିଛି। ସେହିଭଳି ହସ୍ତରେଖା ବିଜ୍ଞାନରେ କିଛି କଳାଜାଇକୁ ଅଶୁଭ ଏବଂ କଷ୍ଟକାରୀ ବୋଲି ଧରାଯାଇଛି। କିନ୍ତୁ ଯଦି ଆପଣଙ୍କର ଏହି ଖାସ୍‌ ଅଙ୍ଗରୋ କଳାଜାଇ ରହିଥାଏ ତେବେ ଆଣଙ୍କୁ ନାକେବଳ ଜୀବନରେ ଧନ ଦୌଲତ ମିଳିବ ବରଂ ଆପଣଙ୍କୁ ମାନ-ସମ୍ମାନ ଏବଂ ସୁଖମୟ ଜୀବନର ଆନନ୍ଦକୁ ମଧ୍ୟ ପ୍ରାପ୍ତ କରିପାରନ୍ତି।

-ସବୁଦ୍ରଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ନାଭି ପାଖରେ କଳାଜାଇ ଅଛି ତେବେ ଏହା ଆପଣଙ୍କୁ ବହୁତ ଶୁଭଫଳ ଦେଇଥାଏ। ଏମିତି କଳାଜାଇ ଥିବା ଆପଣଙ୍କ ପାଇଁ ସୁଖ ସମୃଦ୍ଧିର ସୂଚନା ଦେଇଥାଏ।

-ସମୁଦ୍ରଶାସ୍ତ୍ରରେ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।

-ପାଦ ଆଙ୍ଗୁଠିରେ କଳାଜାଇ ଥିଲେ ଆପଣ ସମ୍ପନ୍ନ ହେବା ସହିତ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ମାନ-ସମ୍ମାନ ପ୍ରାପ୍ତି ହେବ।
କାନ ଉପରେ କଳାଜାଇ ରହିବା ଦ୍ୱାରା ବ୍ୟକ୍ତି ଜ୍ଞାନୀ ଏବଂ ବୁଦ୍ଧିମାନ ହୋଇଥାନ୍ତି। ସେ ନିଜର ଜ୍ଞାନ ବଳରେ ଧନ ଅର୍ଜନ କରନ୍ତି।