Odiapua.com

ଶରଧା ବାଲି ସ୍ଥିତ ମିନି ଟ୍ରକ ଷ୍ଟାଣ୍ଡ ଉଚ୍ଛେଦକୁ ବିରୋଧ

ପୁରୀ ୩-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶୁକ୍ରବାରଦିନ ୧୧ ଟା ସମୟରେ ଶ୍ରୀ ଜଗନ୍ନାଥ ମିନି ଟ୍ରକ୍ ସଂଘ ଓ ଶ୍ରୀ ହରି ଟାଟା ଏସି ସଂଘର କର୍ମକର୍ତ୍ତାମାନେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

୪୦ ବର୍ଷ ରୁ ଉର୍ଦ୍ଧ୍ୱ ଶରଧା ବାଲି ସ୍ଥିତ ମହାବୀର ମନ୍ଦିର ସମ୍ମୁଖରେ ମିନି ଟ୍ରକ ଗୁଡିକର ଷ୍ଟାଣ୍ଡ କରି ବ୍ୟବସାୟ ଚଳାଉ ଥିଲେ। ହଠାତ୍ ଟ୍ରାଫିକ୍ ପୋଲିସ୍ ଉକ୍ତ ସ୍ଥାନରୁ ଷ୍ଟାଣ୍ଡ ଉଠାଇବା ପାଇଁ ବାଧ୍ୟ କରୁଛନ୍ତି ଏବଂ କୌଣସି ବିକଳ୍ପ ସ୍ଥାନ ନଦେଇ ଗାଡି ଉଠାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅଛି ବୋଲି କହୁଛନ୍ତି। ଏହାର ପ୍ରତିବାଦ କରି ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ଆଇନ୍‌ଜୀବୀ ଶ୍ରୀକାନ୍ତ ପରିଜାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜି‌ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବି ପତ୍ରରେ ବିକଳ୍ପ ସ୍ଥାନ ନିରୂପଣ ନହେବା ପର୍ଯ୍ୟନ୍ତ ଷ୍ଟାଣ୍ଡକୁ ଉଚ୍ଛେଦ କରାନଯାଉ ବୋଲି ଉଲ୍ଲେଖ ରହିଛି। ଜଗନ୍ନାଥ ଦାସ, ସୁଶାନ୍ତ ସାହୁ, ଜିତୁ ରଣା, ସୁବାସ ସାହୁ, ସର୍ବେସ୍ୱର ନାୟକ ଏମ୍ ଡି ସୁସେନ୍, ରାମଚନ୍ଦ୍ର ପ୍ରଦାନ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।