Odiapua.com

ଶରଣକୁଳ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ନୟାଗଡ଼, ୨୫ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଶରଣକୁଳ ଲଡ଼ୁକେଶ ଆଥ୍ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ୬୦ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ନାରାୟଣୀ ଊଚ୍ଚବିଦ୍ୟାଳୟଠାରେ ଆସନ୍ତା ନଭେମ୍ବର ୧ ତାରିଖରୁ ହେବ ବୋଲି ଜଣାପଡ଼ିଛି। ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶର ବଛା ବଛା ଟିମ୍ କଟକର ମଙ୍ଗଳା ଟିମ୍, ଭୁବନେଶ୍ୱରର ସଂଘର୍ଷ କ୍ଳବ, ଝାଡ଼ଖଣ୍ଡ ଧନ୍ବାଦ ଟିମ୍, ସମ୍ବଲପୁର ସ୍ପୋଟ୍ରସ୍ ହେଷ୍ଟେଲ, କଟକ ସାଇ ହଷ୍ଟେଲ, ଏଫସିଏମ୍ପି ରତଲାମ୍ସିଟି, କଲିକତା ଏସ୍ ଆର କେ ଟିମ୍, ଟାଟା ସ୍ପୋର୍ଟସ୍ କ୍ଳବ, ଭବାନୀପାଟଣା ସ୍ପୋର୍ଟସ୍ ହଷ୍ଟେଲ ଓ ସୁନାବେଡ଼ା ସାଇହାଲ ଟିମ୍ ଆଦି ଏଥିରେ ଭାଗନେଉଥିବା ଆସୋସିଏସନର ସଭାପତି ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ସଂପାଦକ ଯୋଗେନ୍ଦ୍ର ନାଥ ଜଣାଇଛନ୍ତି।